ବୁର୍ଖା ପିନ୍ଧି ଏସିଡ୍ ଆଟାକ୍

 ୟୁପିର ପିଲିଭିଟରେ ବୁର୍ଖା ପିନ୍ଧି ଏଲଏଲବିର ଛାତ୍ରୀଙ୍କୁ ଏସିଡ୍ ମାଡ଼ କଲା ଦୁର୍ବୃତ୍ତ। ପୁଲିସ ଅଭିଯୁକ୍ତକୁ ୩୬ ଘଣ୍ଟା ଭିତରେ ଧରିବାକୁ ସକ୍ଷମ ହେଲା। ଅଭିଯୁକ୍ତ ଅତୁଲକୁ ଏନକାଉଣ୍ଟରରେ ଗୋଡ଼ରେ ଗୁଳି ବାଜିବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅତୁଲ ଜଣେ ଓକିଲଙ୍କ ମୁନସି ଅଟନ୍ତି। ସଂପୃକ୍ତ ଛାତ୍ରୀ ବି ସେଠାରେ ଇଣ୍ଟର୍ଣ୍ଣ କରୁଛନ୍ତି। ଛାତ୍ରୀ ଜଣକ ଅଚାନକ ଅତୁଲ ସହ କଥାବାର୍ତ୍ତା ବନ୍ଦ କରିଦେବାରୁ କ୍ରୋଧରେ ଜର୍ଜରିତ ଅତୁଲ ତାଙ୍କ ଉପରକୁ ଏସିଡ୍ ପିଙ୍ଗି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା। ଜଣେ ଓକିଲ ସାଙ୍ଗ ସହ ଛାତ୍ରୀ ଜଣକ ବାଇକରେ ଯାଉଥିଲା ବେଳେ ଏସିଡ୍ ଫିଙ୍ଗିଥିଲା ଅତୁଲ। ଏସିଡ୍ ମାଡ଼ରେ ଉଭୟ ଆହତ ହୋଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *