କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା। ତେଜୁଛି ବିରୋଧ। ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବାକୁ ପଶ୍ଚିମବଙ୍ଗ ଡିଜିପିଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ। ସେପଟେ ୫ ଦାବି ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲା ଆଇଏମଏ। ତଦନ୍ତ କରୁଥିବା ସିବିଆଇ ଟିମ୍ ମୃତ ଟ୍ରେନି ଡାକ୍ତରଙ୍କ ସର୍ମ୍ପକୀୟଙ୍କୁ ଭେଟିଛି । ଆରଜି କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷଙ୍କୁ ୧୩ ଘଣ୍ଟା ପଚରାଉଚରା କରିଛି ସିବିଆଇ। ନିର୍ମମ ହତ୍ୟା ପଛରେ ଆରଜି କଲେଜର କିଛି ଇଣ୍ଟର୍ଣ୍ଣ ଓ ଡାକ୍ତରଙ୍କ ହାତ ଥିବା ନେଇ ସନ୍ଦେହ ପ୍ରକାଶ କରିଛି ପରିବାର । ଅଭିଯୋଗକ୍ରମେ ୩୦ଜଣ ଡାକ୍ତରଙ୍କୁ ସିବିଆଇ ଜେରା କରିବାକୁ ତାଲିକା ପ୍ରକାଶ କରିଛି । ଅନ୍ୟପଟେ ପଶ୍ଚିମବଙ୍ଗ ସ୍ଥିତି ସମ୍ପର୍କରେ ଦୁଇ ଘଣ୍ଟାରେ ଥରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସୁରକ୍ଷାକୁ ଗୁରୁତ୍ୱ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଇଣ୍ଡିଆନ ମେଡିକାଲ ଆସୋସିଏସନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now