ଚିତ୍ତୋର ଆପୋଲୋ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟରେ ଖାଦ୍ୟରେ ବିଷକ୍ରିୟା ଲାଗି ୭୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ସମସ୍ତଙ୍କୁ ଚିତ୍ତୋର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଖାଦ୍ୟରେ ବିଷକ୍ରିୟାରୁ ଛାତ୍ରଛାତ୍ରୀଙ୍କ ଭିତରେ ଜ୍ୱର, ଓ ଝାଡ଼ାବାନ୍ତି ଆରମ୍ଭ ହୋଇଯାଇଛି। ପିଲାଙ୍କଠୁ ନମୂନା ସଂଗ୍ରହ କରି ଲ୍ୟାବକୁ ପରୀକ୍ଷା ପାଇଁ ପଠାଯାଇଛି। ଆନ୍ଧ୍ରର ଚିତ୍ତୋରରେ ଏଭଳି ଘଟଣା ଘଟିବା ପରେ ଗୁରୁତର ଛାତ୍ରଛାତ୍ରୀଙ୍କ ଚିକିତ୍ସା ଲାଗି ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନିୟୋଜିତ ଅଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now