ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର ଗିରଫ

ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଗୁରୁବାର ଭିଜିଲାନ୍ସ ବିଭାଗର ଏକ ସ୍ବତନ୍ତ୍ର ଦଳ ଜଣେ କମାଣ୍ଡାଣ୍ଟ, ୭ ଡିଏସ୍‌‌ପିଙ୍କ ନେତୃତ୍ୱରେ ସମାନ୍ତରାଳ ଭାବେ ଚଢ଼ଉ କରିଥିଲେ। ଚଢ଼ଉରେ ଢେଙ୍କାନାଳ ରତନବଜାରସ୍ଥିତ ବାସଭବନ, ସଦର ରେଞ୍ଜ କାର୍ଯ୍ୟାଳୟ, ସରକାରୀ ବାସଭବନ, ଆଠଗଡ଼ ବୀରକିଶୋରପୁରସ୍ଥ ପୈତୃକ ବାସଭବନ, ଖୁଣ୍ଟୁଣୀଠାରେ ଥିବା ଏକ ଫାର୍ମହାଉସ, କଟକ ସହିତ ଭୁବନେଶ୍ୱରର ୮ଟି ସ୍ଥାନରେ ଚଢ଼ଉ କରାଯାଇଥିଲା।ଭୁବନେଶ୍ଵରରେ ଗୋଟିଏ , ହାଇଦ୍ରାବାଦରେ ୨ଟି ଫ୍ଲାଟ୍ ଠାବ ହୋଇଥିବା ବେଳେ  ଭୁବନେଶ୍ଵର ଓ ଢେଙ୍କାନାଳରେ ତାଙ୍କର ୮ଟି ଫ୍ଲାଟ୍ ରହିଛି।  ଆଠଗଡରେ ୨ କୋଟି ଟଙ୍କା ମୂଲ୍ୟର ଫାର୍ମ ହାଉସ୍ ଠାବ ହେବା ସହ ୧ କୋଟିରୁ ଅଧିକ ଟଙ୍କାର ବ୍ୟାଙ୍କ ଜମା , ନଗଦ ୫.୧୫ ଲକ୍ଷ ଟଙ୍କା ଜବତ ହୋଇଛି। ୫୫୭ ଗ୍ରାମର ସୁନା ଅଳଙ୍କାର ମଧ୍ୟ ଭିଜିଲାନ୍ସ ବିଭାଗ ଠାବ କରିଛି। 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *