ଗାଡ଼ିରୁ ଓହ୍ଲାଇ ହତ୍ୟା କଲେ ଆତଙ୍କବାଦୀ

ପାକିସ୍ତାନରେ ବଡ଼ ଧରଣର ଆତଙ୍କୀ ହମଲା। ଦକ୍ଷିଣ-ପଶ୍ଚିମ ରାଜପଥରେ ମିଲିଟାଣ୍ଟମାନେ ବସ୍ ଓ ମାଲବାହୀ ଟ୍ରକ୍ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି। ଏଥିରେ ୨୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ୧୦ଟି ଗାଡ଼ି ଜଳିଯାଇଛି। ବାଲୋଚିସ୍ତାନରେ ସେନା ଏହି ରୁଟକୁ ବ୍ଲକ୍ କରି ଛାନଭିନ୍ ଆରମ୍ଭ କରିଛି। ପରିଚୟପତ୍ର ଚେକ୍ କରି ଯାତ୍ରୀଙ୍କୁ ଅନ୍ୟ ନିରାପଦ ଜୋନରେ ଛାଡ଼ିଛି ପାକ୍ ସେନା।  ପାକିସ୍ତାନର ବାଲୋଚିସ୍ଥାନର ରାରାସମ୍ ଜିଲ୍ଲାର ମୁସାଖାଇଲ ପାଖରେ ଆତଙ୍କବାଦୀ ଗାଡ଼ିରୁ ଯାତ୍ରୀଙ୍କୁ ଓହ୍ଲାଇଦେଇ ଏହି ଆକ୍ରମଣ କରିଥିଲେ। ମୋଟ୍ ୩୩ ମୃତକଙ୍କ ଭିତରୁ ୨୩ ଜଣ ବସ୍ ଯାତ୍ରୀ ଥିଲେ। ସେମାନଙ୍କ ପରିଚୟପତ୍ର ଦେଖିବା ପରେ ଗୁଳି କରିଥିଲେ ଆତଙ୍କବାଦୀ। ବାଲୋଚିସ୍ତାନରେ ସଶସ୍ତ୍ର ମୁଖାଧାରୀ ପୁଲିସ୍ ଥାନା, ରେଳ ଟ୍ରାକ୍ ଓ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି। ବନ୍ଧୁକଧାରୀ କୋଇଲା ନେଇ ଯାଉଥିବା ଟ୍ରକର ଡ୍ରାଇଭରଙ୍କୁ ବି ହତ୍ୟା କରିଥିଲା। ଏଭଳି ବର୍ବରତାକୁ ନିନ୍ଦା କରିଛନ୍ତି ବାଲୋଚିସ୍ତାନ ମୁଖ୍ୟମନ୍ତ୍ରୀ ସର୍ଫରାଜ ବୁଗଟି। ନିରୀହ ଲୋକଙ୍କୁ ମାରି ନିଜ ଭୀରୁତାର ପରିଚୟ ଦେଇଛନ୍ତି ଆତଙ୍କବାଦୀ। ସେମାନଙ୍କୁ ଛଡାଯିବନି ବୋଲି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଗଲା ଏପ୍ରିଲରେ ବି ବାଲୋଚିସ୍ତାନର ନୋସକିରେ ଅନୁରୂପ ଘଟଣା ଘଟିଥିଲା। ୯ ଯାତ୍ରୀଙ୍କୁ ବସ୍‌ରୁ ଜୋରଜବରଦସ୍ତି ଓହ୍ଲାଇ ବନ୍ଧୁକଧାରୀ ହତ୍ୟା କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *