ବ୍ରାଜିଲରେ ନିଷେଧ ହେଲା ‘X’  

ବ୍ରାଜିଲରେ ସାମାଜିକ ଗଣମାଧ୍ୟମ ‘X’ ନିଷେଧ ହୋଇଛି। ବ୍ରାଜିଲ ସୁପ୍ରିମକୋର୍ଟର ଜଣେ ବିଚାରପତି ଆଲେକ୍ଜାଣ୍ଡର ଡି ମୋରେସ ‘X’କୁ ଦେଶରେ ନିଷେଧ କରିବା ଲାଗି ନିର୍ଦ୍ଦେଶ ଦେବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ବିଚାରପତି ମୋରେସ ଦେଶର ଇଣ୍ଟରନେଟ ସେବା ପ୍ରଦାନକାରୀ ସଂସ୍ଥା ଏବଂ ଆପ୍‌ ଷ୍ଟୋରଗୁଡ଼ିକୁ ନିର୍ଦ୍ଦେଶ ଦେଇ ୫ ଦିନ ମଧ୍ୟରେ ସାମାଜିକ ଗଣମାଧ୍ୟମ ‘X’ର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶନାମା ପାଳନ ନ କରିବା ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି ରହିବ ବୋଲି ବିଚାରପତି କହିଛନ୍ତି। ଏହାସହ ଯେଉଁ ବ୍ୟକ୍ତି ଭିପିଏନ ଜରିଆରେ ପ୍ରତିବନ୍ଧକକୁ ଏଡ଼ାଇ ‘X’ ବ୍ୟବହାର କରିବେ ସେମାନଙ୍କ ଉପରେ ଦୈନିକ ୮୯୦୦ ଡଲାର ଅର୍ଥରାଶି ଜରିମାନା ଲାଗୁ କରାଯିବ ବୋଲି କୁହାଯାଇଛି। ସୂଚନା ଅନୁସାରେ, ସାମାଜିକ ଗଣମାଧ୍ୟମ ‘X’ ଜରିଆରେ କିଛି ଆକାଉଣ୍ଟଧାରୀ ବ୍ରାଜିଲରେ ମିଥ୍ୟା ଖବର ଏବଂ ଘୃଣ୍ୟ ଭାଷଣର ପ୍ରଚାର ପ୍ରଚାର କରୁଛନ୍ତି। ଏହା ସାମ୍ନାକୁ ଆସିବା ପରେ ସୁପ୍ରିମକୋର୍ଟ ବିଚାରପତି କିଛି ନିର୍ଦ୍ଦିଷ୍ଟ ଆକାଉଣ୍ଟକୁ ବ୍ଲକ କରିବା ଲାଗି ‘X’କୁ ନିର୍ଦେଶ ଦେଇଥିଲେ। ଅନ୍ୟପଟେ ବ୍ରାଜିଲର ଏହି କାର୍ଯ୍ୟାନୁଷ୍ଠାନ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏଲନ ମସ୍କ। ବ୍ରାଜିଲରେ ବାକ୍‌ ସ୍ଵାଧୀନତା ଉପରେ ଆକ୍ରମଣ ବୋଲି ମସ୍କ କହିବା ସହିତ ବିଚାରପତି ମୋରେସ ଜଣେ ଖରାପ ପ୍ରକୃତିର ଅପରାଧୀ ବୋଲି ନିଜ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *