Malkangiri

୫ ମାସ ହେଲା ଖରାପ ହୋଇ ପଡିଛି ୧ ୨ ଟି ଅଳିଆ ବୁହାଗାଡି,୧୯ଟି ୱାଡରୁ ଉଠିପାରୁନି ଅଳିଆ ଆବର୍ଜନା

ମାଲକାନଗିରି : ମାଲକାନଗିରି ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବାକୁ ଲକ୍ଷାଧିକ ଟଙ୍କା ବ୍ୟୟରେ କିଣା ହୋଇଥିଲା ବ୍ୟାଟେରି ଚାଳିତ ଗାଡ଼ି। ଏହି ଗାଡ଼ରେ ନିୟମିତ ଅଳିଆ ସଂଗ୍ରହ ମଧ୍ୟ ହେଉଥିଲା। କିନ୍ତୁ ଥରେ ଗାଡ଼ି ଖରାପ ହେବାପରେ ଆଉ ସେଥିପ୍ରତି ଗୁରୁତ୍ଵ ଦିଆଗଲା ନାହିଁ। ଯାହାଫଳରେ ଅଳିଆ ସଂଗ୍ରହ ଗାଡ଼ି ଏବେ ଅଳିଆରେ ପରିଣତ ହୋଇସାରିଲାଣି। ସ୍ଥାନୀୟ ସରକାରୀ ବସଷ୍ଟାଣ୍ଡ ନିକଟରେ ଥିବା ବାସହିନ ଆଶ୍ରୟସ୍ଥଳି ରେ ଏହି ଗାଡ଼ି ଗୁଡ଼ିକ ୫ ମାସ ହବ ପଡ଼ି ରହିଥିବା ବେଳେ ସହରର ୧୯ଟି ୱାର୍ଡରୁ ନିୟମିତ ଆବର୍ଜନା ସଂଗ୍ରହ ହୋଇପାରୁନଥିବା ଦେଖିବାକୁ ମିଳିଛି। ଯାହାଫଳରେ ଲୋକଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି ।ମାଲକାନଗିରିପୌରପାଳିକା ୧୯ଟି ୱାର୍ଡକୁ ନେଇ ଗଠିତ। ପ୍ରାୟ ୯୦୦୦ ଘର ରହିଥିବା ବେଳେ ସହରର ଜନସଂଖ୍ୟା ପାଖାପାଖି ୪୦ହଜାର ହେବ ବୋଲି ଜଣାପଡ଼ିଛି। ସହରରୁ ପ୍ରତିଦିନ ୧୦ ଟନ୍ରୁ ଅଧିକ ଆବର୍ଜନା ବାହାରୁଛି। ଏତେ ପରିମାଣରେ ଆବର୍ଜନାକୁ ବାହାର କରି ଅନ୍ୟସ୍ଥାନକୁ ନେବା ପାଇଁ ୨୦୨୧ ମସିହାରେ ପୌରପାଳିକା ପକ୍ଷରୁ ୩୦ଲକ୍ଷ ଟଙ୍କା ଖର୍ଚ୍ଚ କରି ୨୦ଟି ବ୍ୟାଟେରି ଚାଳିତ ଗାଡ଼ି କିଣା ହୋଇଥିଲା। ମହିଳାଙ୍କୁ ରୋଜଗାରକ୍ଷମ କରିବା ନିମନ୍ତେ ଏହାର ପରିଚାଳନା ଦାୟିତ୍ଵ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଥିଲା। ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଗାଡି ଘର ଘର ବୁଲି ଆବର୍ଜନା ସଂଗ୍ରହ କରି ଏମ୍ସିସି ସେଣ୍ଟରକୁ ନେଉଥିଲେ। କିନ୍ତୁ ଗୋଟିଏ ପରେ ଗୋଟିଏ ଗାଡ଼ି ଖରାପ ହୋଇଥିଲେ ସୁଦ୍ଧା ମରାମତି କିମ୍ବା ନୂଆ ଗାଡ଼ି କିଣିବା ବ୍ୟବସ୍ଥା କରାଗଲାନାହିଁ। ୨୦ଟି ମଧ୍ୟରୁ ୧୪ଟି ଗାଡ଼ି ସଂପୂର୍ଣ୍ଣ ଅଚଳ ଅବସ୍ଥାରେ ରହିଛି। ଯାହା ଫଳରେ ୧୪ଟି ଗାଡିରେ କାମ କରୁଥିବା ୨୮ ଜଣ ମହିଳା ବର୍ତ୍ତମାନ ଘରେ ବସି ରହିଥିବା କହିଛନ୍ତି ସମାଜସେବୀ । ସେହି ଭଳି ସହରର ପ୍ରତି ୬୦୦ଘର ପାଇଁ ଗୋଟିଏ ଲେଖାଏଁ ଗାଡ଼ି ଯୋଗାଇ ଦିଆଯାଇଥିଲା । ପ୍ରତି ଗାଡ଼ି ଦାୟିତ୍ବରେ ଦୁଇ ଜଣ ମହିଳା ରହିଥିଲେ । ତେବେ ଗାଡ଼ି ଗୁଡ଼ିକ ଖରାପ ହେବାପରେ ସହରରେ ପରିମଳ ବ୍ୟବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ୬ଟି ଗାଡ଼ି ଉପରେ ସଂପୂର୍ଣ୍ଣ ସହରର ଆବର୍ଜନା ଉଠାଇବା ଭାର ପଡ଼ିବା ପରେ ଦିନ ଦିନ ଧରି କିଛି ସ୍ଥାନରେ ଆବର୍ଜନା ପଡ଼ି ରହୁଛି । ୧୪୵୧୫ଟି ଗାଡି ଆଜକୁ ପ୍ରାୟ ୫ ମାସ ହବ ଖରାପ ହୋଇ ପଡିରହିଥିଲେ ମଧ୍ଯ ଗାଡି ଗୁଡିକୁ ମରାମତି କରାଯାଉନଥିବା କିମ୍ବା ନୁତନ ଗାଡି ଆଣାନଯିବା ରୁ ସହର ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।ସ୍ବଚ୍ଛତା ପାଇଁ ସରକାର ଲକ୍ଷାଧିକ ଟଙ୍କା ବ୍ୟୟ କରିବା ସତ୍ତ୍ବେ ପରିମଳ ବ୍ୟବସ୍ଥାରେ ସୁଧାର ଆସୁନଥିବା ରୁ ଏଥି ପ୍ରତି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବାକୁ ଦାବିକରିଛନ୍ତି ସମାଜସେବୀ ତଥା କଂଗ୍ରେସ ନେତା ବି ଶ୍ରୀନିବାସ ରାଓ। ଏ ନେଇ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ସେକହିଛନ୍ତି ୨୦ଟି ଗାଡି ମଧ୍ଯ ରୁ ୧୨ଟିଗାଡି ଖରାପ ରହିଛି ଏବଂ ୮ଟି ଗାଡି ଚାଲୁଛି କହିଛନ୍ତି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ।

ଗାଡି ଗୁଡିକ ମରାମତି ପାଇଁ ପୌରପାଳିକା ଓ ମାଥିଲି ଆଇଟିଆଇ ମଧ୍ୟରେ ଏକ ଚୁକ୍ତି ହୋଇଥିଲା ଯେଉଁ ଗାଡି ଖରାପହବ ସେହି ସବୁଗାଡି ଗୁଡିକୁ ମାଥିଲି ଆଇଟିଆଇ ଟ୍ରେନିଙ୍ଗ ପିଲା ମରାମତି କରିବେ। ଗାଡି ଖରାପ ହେବା ପରେ ସେମାନଙ୍କୁ ଅବଗତ କରାଯାଇଥିଲା।ପରେ ଆଇଟିଆଇ ପିଲାମାନେ ଆସି ଦେଖି ଯାଇଥିଲେ ସୁଦ୍ଧା ମରାମତି ହୋଇପାରିନି। ଏଣୁ ବାହାରେ ଗାଡିର ମରାମତି ପାଇଁ ଭୁବନେଶ୍ଵର ମୁଖ୍ୟ କାର୍ଯ୍ୟାଳୟକୁ ଚିଠି କରିଛନ୍ତି କହିଛନ୍ତି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ। ଗାଡି ତିଆରି ହେବା ପରେ ଅଳିଆ ସଂଗ୍ରହ ସ୍ବାଭାବିକ ହେବ କହିଛନ୍ତି । ଖରାପ ହୋଇ ପଡିରହିଥିବା ଲକ୍ଷଲକ୍ଷ ଟଙ୍କାର ଅଳିଆ ବୁହା ବେଟେରି ଗାଡିଗୁଡିକୁ କେବେ ମରାମତି କରିବ ପୌରପାଳିକା ଏବଂ ମାଲକାନଗିରି ସହରରେ କେବେ ସ୍ବଛଭାରତ କାର୍ଯ୍ୟକ୍ରମର ସଦ୍ ଉପଯୋଗ ହବ ତାହା ଦେଖିବାକୁ ବାକିରହିଲା ।

Related Articles

Leave a Reply

Your email address will not be published.

Back to top button