ଗାଁରାସ୍ତାରେ ତଳି ରୋଇଲେ ଗ୍ରାମବାସୀ

ସ୍ବାଧୀନତାର ୭୮ ବର୍ଷ ପରେ ମଧ୍ୟ ଗାଁ କୁ ରାସ୍ତା ନାହିଁ । ପାଣି କାଦୁଅ ରାସ୍ତାରେ ଯାତାୟତ କରୁଛନ୍ତି ଗାଁ ଲୋକେ । ଏହାକୁ ବିରୋଧ କରି ଲୋକମାନେ ରାସ୍ତାରେ ରୋଇ ପ୍ରତିବାଦ କରିଛନ୍ତି । ଏଭଳି ଘଟଣା ଜଗତସିଂହପୁର ଜିଲ୍ଲା ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀ ବାଲିକୁଦା ବ୍ଲକ ତଣ୍ଡିକୁଳ ପଞ୍ଚାୟତର ଶଙ୍କରସାହି ଗ୍ରାମରେ ଦେଖିବାକୁ ମିଳିଛି ।

 ତଣ୍ଡିକୁଳ ପଞ୍ଚାୟତ ଓ ବାହାରଣା ପଞ୍ଚାୟତର ତିହୁଡ଼ି ,ଶଙ୍କରସାହି ,ସିରେଇଲ , ରୋଙ୍ଗଲ,ବାଲିପାଟଣା ଆଦି ଗ୍ରାମର ୨୦୦ ପରିବାର  ଏହି ରାସ୍ତା ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରନ୍ତି ।  ଶଙ୍କରସାହି ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନା ରାସ୍ତାଠାରୁ ଜନତାକୋଠି ଗ୍ରାମ୍ୟସଡ଼କ ଯୋଜନା ରାସ୍ତା ପର୍ଯ୍ୟନ୍ତ ଏହି ରାସ୍ତାଟି ଅତି ଦୟନୀୟ ଅବସ୍ଥାରେ ରହିଛି । ଅସରାଏ ବର୍ଷା ହେଲେ ଏହି ରାସ୍ତା ଦେଇ ଯିବାଆସିବା କରିବାକୁ ଲୋକମାନେ ବହୁତ ହଇରାଣ ହେଉଛନ୍ତି ।  ସ୍କୁଲ୍‌, ଅଙ୍ଗନବାଡି ଯିବା ପାଇଁ ପିଲାମାନେ ବହୁତ ହଇରାଣ ହେଉଥିବା ବେଳେ ରୋଗୀମାନଙ୍କ କଥା କହିଲେ ନସରେ । 2012 ମସିହାରେ ଏହି ରାସ୍ତାରେ କିଛି ମାଟିକାମ ଓ 2014 ମସିହାରେ ସାଂସଦଙ୍କ ପାଣ୍ଠିରୁ କିଛି ମୋହରମ ପଡିଥିଲା । ଏହି ବାବଦରେ ସ୍ଥାନୀୟ ଲୋକମାନେ ରାଜନେତା , ଜିଲ୍ଲା ପ୍ରଶାସନ ,ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୁନ । ଯଦି ଆଗାମୀ ଦିନରେ ଏଥି ପ୍ରତି ପଞ୍ଚାୟତ ପ୍ରଶାସନଠାରୁ ଆରମ୍ବ କରି ରାଜ୍ୟପ୍ରସାସନ ପର୍ଯ୍ୟନ୍ତ ଯଦି ଦୃଷ୍ଟି ନ ଦିଅନ୍ତି ତେବେ ଯଥାଶୀଘ୍ର ଜନ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *