୭୪ ବର୍ଷରେ ମୋଦୀଙ୍କ ଫିଟନେସ୍‌


ଆଜି ୭୪ ବର୍ଷରେ ପାଦ ଥାପିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏତେ ବୟସରେ ବି ତାଙ୍କ ଭିତରେ ଭରି ରହିଛି ସ୍ଫୁର୍ତ୍ତିଶୀଳତା । ନିଜକୁ ଫିଟ୍ ରଖିବା ପାଇଁ ି ସେ କଣ କରନ୍ତି ଆସନ୍ତୁ ଜାଣିବା ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦିନର ଆରମ୍ଭ ଯୋଗରୁ ହୋଇଥାଏ । ସେ ଦୈନିକ ପ୍ରାୟ ୪୦ ମିନିଟ ୍‌ଯୋଗ କରନ୍ତି । ସୂର୍ଯ୍ୟ ନମସ୍କାର ଓ ପ୍ରାଣାୟାମ କରି ସେ ଦିନ ଆରମ୍ଭ କରନ୍ତି । ସେ ସପ୍ତାହରେ ଦୁଇ ଥର ଯୋଗ ନିଦ୍ରାଭ୍ୟାସ କରନ୍ତି । ସେ ଦୈନିକ ମାତ୍ର ସାଢେ ଼୩ଘଣ୍ଟା ଶୋଇଥାନ୍ତି । ଯୋଗ ଅଭ୍ୟାସ ଏବଂ ସନ୍ତୁଳିତ ଖାଦ୍ୟ ତାଙ୍କ ସୁସ୍ଥ ଜୀବନର ଚାବିକାଠି ବୋଲି ସେ ଅନେକ ସମୟରେ କହିଛନ୍ତି । ସେ ସାଧାରଣତଃ ଖାଦ୍ୟରେ ଡାଲି, ଭାତ, ଖିଚୁଡି ଭଳି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଯଥା ସମ୍ଭବ ଚାଲିବା ଉପରେ ବିଶ୍ୱାସ କରନ୍ତି । ଏହା ସହିତ ସ୍ୱାସ୍ଥ୍ୟଦୃଷ୍ଟିରୁ ସେ ସବୁଜ ଘାସ ଉପରେ ଚାଲିବାକୁ ପସନ୍ଦ କରନ୍ତି ।
ପ୍ରଧାନମନ୍ତ୍ରୀ ହେଉଛନ୍ତି ଶାକାହାରୀ । ସେ ଅନେକ ସମୟରେ ବ୍ରତ ମଧ୍ୟ କରିଥାନ୍ତି । ସେ ସାଧାରଣତଃ ସକାଳ ୯ଟାରେ ଜଳଖିଆ ଖାଇଥାନ୍ତି । ସେ ସଜନା ଛୁଇଁରେ ପ୍ରସ୍ତୁତ ପରଟା ସପ୍ତାହରେ ଦୁଇ ଥର ଖାଆନ୍ତି । ଏଥିରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଥାଏ । ଏହା ବାଦ ସେ ଫଳାହାର ଉପରେ ମଧ୍ୟ ଗୁରୁତ୍ୱ ଦେଇଥାନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *