ଦେଶର ଉଦ୍ୟାନ କୃଷି ଉତ୍ପାଦନ ପୂର୍ବବର୍ଷ ତୁଳନାରେ ୨୦୨୩-୨୪ରେ ସାମାନ୍ୟ ହ୍ରାସ ପାଇ ୩୫୩.୧୯ ନିୟୁତ ଟନ୍ ରେ ପହଞ୍ଚିବ ବୋଲି ଶନିବାର ପ୍ରକାଶିତ ସରକାରଙ୍କ ତୃତୀୟ ଆଗୁଆ ଆକଳନରୁ ଜଣାପଡ଼ିଛି ।
ଆମ୍ବ, କଦଳୀ, ଲେମ୍ବୁ, ଅଙ୍ଗୁର ଏବଂ ଆତର ଅଧିକ ଉତ୍ପାଦନ ଯୋଗୁଁ ୨୦୨୩-୨୪ (ଜୁଲାଇ-ଜୁନ୍) ରେ ଫଳ ଉତ୍ପାଦନ ୨.୨୯ ପ୍ରତିଶତ ବୃଦ୍ଧି ପାଇ ୧୧୨.୭୩ ନିୟୁତ ଟନ୍ ହେବ ବୋଲି ଆଶା କରାଯାଉଛି ।
ତେବେ ସେଓ, ଲେମ୍ବୁ , ପିଜୁଳି, ଲିଚୁ, ଡାଳିମ୍ବ ଓ ସପୁରୀ ଉତ୍ପାଦନ କମିବାର ସମ୍ଭାବନା ରହିଛି ବୋଲି କୃଷି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now