ପବିତ୍ର ମୂଳାଷ୍ଟମୀ: ଶ୍ରୀମନ୍ଦିରରେ ମା ବିମଳାଙ୍କ ପୀଠରେ ହେବ ଷୋଡଶ ଦିନାତ୍ମକ ପୂଜା

ଆଜି ପବିତ୍ର ମୂଳାଷ୍ଟମୀ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସହସ୍ର କୁମ୍ଭାଭିଷେକ ନୀତି। ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମା ବିମଳାଙ୍କ ପୀଠରେ ଆରମ୍ଭ ହେବ ଷୋଡଶ ଦିନାତ୍ମକ ପୂଜା। ଏହି ଅବସରରେ ଶ୍ରୀମନ୍ଦିରରେ ପାଳିତ ହେବ ଦୂର୍ଗା ମାଧବ ଉପାସନା। ସେହିପରି ଗଜପତିଙ୍କ ଶ୍ରୀନଅରରେ ଆଜି ଶ୍ରୋତ୍ରୀୟ ବ୍ରାହ୍ମଣମାନଙ୍କୁ ବରଣ କରାଯିବ ।  ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ ଶ୍ରୀହସ୍ତ ଛୁଆଁ ଗୁଆ ନଡିଆ ପ୍ରଦାନ କରିବେ । ଗଜପତିଙ୍କ ପ୍ରତିନିଧି ଭାବେ ରାଜଗୁରୁ ଏହି ଗୁଆ ନଡ଼ିଆ ବ୍ରାହ୍ମଣ ମାନଙ୍କୁ ଦେଇ ବରଣ କରିବେ ।  ମା ବିମଳାଙ୍କ ପୀଠ ନିମନ୍ତେ ପୂଜକ, ଜଣେ ପରୀଚ୍ଛା, ଚଣ୍ଡୀପାଠକ, ମନ୍ତ୍ରଯାପକ, ସହସ୍ରନାମ ପାଠକଙ୍କୁ ବରଣ କରାଯିବ । ସେହିପରି ବିଭିନ୍ନ ପୀଠରେ ଆଜିଠୁ ଆରମ୍ଭ ହେବ ମାଆଙ୍କ ଷୋଡ଼ଶ ଉପଚାର ପୂଜା। ସ୍ବତନ୍ତ୍ର ରିତିନୀତି ଅନୁଯାଇ ମାଆଙ୍କ ପୂଜାର୍ଚ୍ଚନା କରାଯିବ । 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *