ତାମିଲନାଡୁରରେ ମର୍ମନ୍ତୁଦ ଦୁର୍ଘଟଣା : ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ତାମିଲନାଡୁର କଲ୍ଲାକୁରିଚିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଗଛରେ ପିଟି ହେଲା ମିନି ବସ୍‌। ଦୁର୍ଘଟଣାରେ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ପୋଲିସ ସୂଚନା ଅନୁସାରେ, ବୁଧବାର ସକାଳେ ପ୍ରବଳ ବର୍ଷା ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ବସ୍‌ ଟି ଭାଙ୍ଗି ଚୁର୍‌ମାର ହୋଇଯାଇଛି । ପରେ ଆହତ ଲୋକମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି ।କ୍ରେନ ସାହାଯ୍ୟରେ ଏହାକୁ ଦୁର୍ଘଟଣାସ୍ଥଳରୁ ହଟାଯାଉଛି । ଲୋକମାନେ ତାମିଲନାଡୁର ତିରୁନେଲଭେଲି ଜିଲ୍ଲାରେ ଥିବା ତିରୁଚେନ୍ଦୁର ମୁରୁଗନ ମନ୍ଦିର ଦର୍ଶନ କରିବାକୁ ଆସିଥିଲେ । ଦର୍ଶନ ପରେ ସମସ୍ତେ ଘରକୁ ଫେରୁଥିଲେ । ଏହି ସମୟରେ ରାସ୍ତାରେ ଦୁଃଖଦ ଦୁର୍ଘଟଣା ଘଟିଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *