୪ ଦିବ୍ୟାଙ୍ଗ ଝିଅକୁ ବିଷ ଦେଇ ନିଜେ ଆତ୍ମହତ୍ୟା କଲା ବାପା

ନୂଆଦିଲ୍ଲୀ ବସନ୍ତକୁଞ୍ଜ ଅଞ୍ଚଳ ରଙ୍ଗପୁରୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ୪ ଦିବ୍ୟାଙ୍ଗ ଝିଅକୁ ବିଷ ଦେଇ ମାରିବା ପରେ ନିଜେ ଆତ୍ମହତ୍ୟା କଲା ବାପା । ରଙ୍ଗପୁରୀ ଅଞ୍ଚଳରୁ ସନ୍ଦହେଜନକ ପରିସ୍ଥିତିରେ ୫ଜଣଙ୍କ ମୃତଦହେ ଉଦ୍ଧାର କରାଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ବାପା ଝିଅମାନଙ୍କୁ ହତ୍ୟା କରିବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ପୋଲିସ ମୁତାବକ, ଶୁକ୍ରବାର ସକାଳ ୧୦ଟା ପର୍ଯ୍ୟନ୍ତ ଘରର କବାଟ ଖୋଲା ହୋଇନଥିବାରୁ ପଡୋଶୀ ସନ୍ଦେହ କରି ଖବର ଦେଇଥିଲେ । ପୋଲିସ କବାଟ ଭାଙ୍ଗି ଗୋଟିଏ ଘରୁ ହିଁ ୫ଜଣଙ୍କ ମୃତଦହେ ଉଦ୍ଧାର କରିଥିଲା । ତେବେ ବାପାଙ୍କ ନିକଟରେ ସଲଫାଜ ବଟିକା ପଡିଥିବା କାରଣରୁ ଏହା ଖାଇ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି କି, ୨୪ ସେପ୍ଟେମ୍ବରରେ ବ୍ୟକ୍ତି ଜଣକ ଘରକୁ ପଶିଥିଲେ, ଏହାପରେ ଆଉ କବାଟ ଖୋଲିନଥିଲେ । ତେବେ ୫୦ ବର୍ଷୀୟ ମୃତ ବ୍ୟକ୍ତି ଦିଲ୍ଲୀରେ କାରପେଣ୍ଟର ଭାବେ କାମ କରୁଥିଲେ । ଗତବର୍ଷ ପତ୍ନୀ କ୍ୟାନସରରେ ପୀଡିତ ହୋଇ ପ୍ରାଣ ହରାଇଥିଲେ । ୪ ଦିବ୍ୟାଙ୍ଗ ଝିଅକୁ ପାଳିବା ବାପା ପାଖରେ କଷ୍ଟକର ହୋଇପଡିଥିଲା । ସକାଳୁ ପିଲାମାନଙ୍କ କଥା ବୁଝିବା ସହ ଖାଇବା ପ୍ରସ୍ତୁତ କରି କାମକୁ ଯିବାକୁ ପଡୁଥିଲା । ପୁଣି ରାତିରେ ଘରକୁ ଫେରିବା ପରେ ପିଲାଙ୍କ କାମ କରିବାକୁ ପଡୁଥିଲା । ବର୍ଷେ କାଳ ଏପରି କାମ କରି ସେ ଅଣନିଶ୍ୱାସୀ ହୋଇପଡ଼ିଲେ । ତେଣୁ ଏଭଳି ଚରମ ନିଷ୍ପତ୍ତି ନେଲେ । ପୋଲିସ ପ୍ରାରମ୍ଭିକ ତଦନ୍ତରୁ ଆତ୍ମହତ୍ୟା ବୋଲି ଅନୁମାନ କରୁଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *