ନେପାଳରେ ପ୍ରବଳ ବର୍ଷା ସହ ଭୂସ୍ଖଳନ : ୧୧୨ ରୁ ଅଧିକ ଲୋକଙ୍କ ମୃତ୍ୟୁ

ନେପାଳରେ ପ୍ରବଳ ବର୍ଷା ଯୋଗୁ ଭୟଙ୍କର ବନ୍ୟା ଆସିବା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି। ଏଥିଯୋଗୁ ୧୧୨ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେହିପରି ୬୮ଜଣ ନିଖୋଜ ଅଛନ୍ତି । ଲଗାଣ ବର୍ଷା ଯୋଗୁ ନେପାଳର ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଶନିବାର ବର୍ଷା ୫୪ ବର୍ଷର ରେକର୍ଡ ଭାଙ୍ଗିଛି । ନେପାଳ ପୋଲିସର ମୁଖପାତ୍ର ଡାନ ବାହାଦୂର କାର୍କିଙ୍କ ସୂଚନା ଅନୁସାରେ, ନେପାଳର ଆସିଥିବା ବନ୍ୟା ଓ ଭୂସ୍ଖଳନରେ ୧୧୨ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୩୬ ଜଣ ଆହତ ହୋଇଛନ୍ତି । ଏଥିସହ ୬୮ ଜଣ ନିଖୋଜ ଅଛନ୍ତି । ନେପାଳର ରାଜଧାନୀ କାଠମାଣ୍ଡୁରେ ବହୁ ଘର ପାଣିଘେରରେ ରହିଛି । ପ୍ରଭାବିତ ଅଞ୍ଚଳରେ ପାଖାପାଖି ୩ ହଜାର ସୁରକ୍ଷା ର୍କମୀଙ୍କୁ ମୁତୟନ କରାଯାଇଛି । ହେଲିକପ୍ଟର ଓ ମୋଟର ବୋଟ ସାହାଯ୍ୟରେ ପ୍ରଭାବିତ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନ ନିଆଯାଇଛି । ଭୂସ୍ଖଳନ ଯୋଗୁ ୬୦ରୁ ଅଧିକ ଜାତୀୟ ରାଜପଥ ଠପ୍‌ ହୋଇଛି । ବନ୍ୟା ଓ ଭୂସ୍ଖଳନ ଯୋଗୁ ଶୁକ୍ରବାର କାଠମାଣ୍ଡୁରୁ ଯାଉଥିବା ୧୫୦ ବିମାନକୁ ବାତିଲ କରାଯାଇଛି । ଏହାରି ମଧ୍ୟରେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ତଥା ସହର ବିକାଶ ମନ୍ତ୍ରୀ ପ୍ରକାଶ ମାନ ସିଂ, ଗୃହମନ୍ତ୍ରୀ, ଗୃହ ସଚିବ ଏବଂ ସୁରକ୍ଷା ଏଜେନ୍ସୀ ପ୍ରମୁଖ ସମେତ ବିଭିନ୍ନ ମନ୍ତ୍ରୀଙ୍କ ସହିତ ଜରୁରୀକାଳୀନ ବୈଠକ ଡାକିଛନ୍ତି । ଉଦ୍ଧାର କାର୍ଯ୍ୟ ତୁରନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନେପାଳ ସରକାର ସମସ୍ତ ସ୍କୁଲକୁ ୩ ଦିନ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିବା ବେଳେ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *