ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ପାଇଁ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ

ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଅନୁଷ୍ଠିତ ହେଉଛି। ସକାଳ ୭ଟାରୁ ଏହା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ୭ଟି ଜିଲ୍ଲାର ୪୦ଟି ଆସନରେ ମତଦାନ ହେଉଛି। ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୪୧୫ ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି। ନିର୍ବାଚନ ଆୟୋଗ ୨୦ ହଜାରରୁ ଅଧିକ ପୋଲିଂ କର୍ମଚାରୀଙ୍କୁ ମତଦାନ ପାଇଁ ନିୟୋଜିତ କରିଛନ୍ତି। ଏହି ପର୍ଯ୍ୟାୟରେ ୫୦୬୦ଟି ବୁଥରେ ୩୯.୧୮ ଲକ୍ଷ ଭୋଟର ମତଦାନ କରିବେ। ମତଦାନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ଦୁଇଟି ପର୍ଯ୍ୟାୟ ବିଷୟରେ କହିବାକୁ ଗଲେ ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟରେ ୬୧.୩୮ ପ୍ରତିଶତ ମତଦାନ ହୋଇଥିଲା। ଅକ୍ଟୋବର ୨୬ରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟରେ ୫୭.୩୧ ପ୍ରତିଶତ ମତଦାନ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *