
ଜମ୍ମୁ କଶ୍ମୀରର ଅନେକ ଅଞ୍ଚଳରେ ଗୁରୁବାର ରାତିରେ ପାକିସ୍ତାନ କରିଥିଲା ଡ୍ରୋନ୍ ଆଟାକ୍। ଭାରତର ଅପରେସନ ସିନ୍ଦୂର ପରେ ବିଚଳିତ ପାକିସ୍ତାନ ସେନା ଜମ୍ମୁକଶ୍ମୀର ସୀମାରେ ଗୁଳି ଜାରି ରଖିଛି। ଏଲଓସିରେ ଅସ୍ତ୍ରବିରତି ନିୟମର ଉଲ୍ଲଂଘନ ସାଙ୍ଗକୁ ଡ୍ରୋନ୍ ଆକ୍ରମଣ ଜାରି ରଖିଛି ପାକ୍ ସେନା। ଭାରତୀୟ ସେନା ଏହାର ମୁହଁତୋଡ୍ ଜବାବ ଦେବାରେ ଲାଗିଛନ୍ତି। ପାକିସ୍ତାନ ଆକ୍ରମଣରେ ପୁଞ୍ଚରେ ୧୬ ଜଣ ନାଗରିକଙ୍କ ମୃତ୍ୟୁ ହେବା ସହ ୫୦ରୁ ଅଧିକ ଆହତ ହୋଇଛନ୍ତି। ମନ୍ଦିର, ଗୁରୁଦ୍ୱାର ଓ ମସଜିଦକୁ ଟାର୍ଗେଟ କରିଥିଲା ପାକିସ୍ତାନ। ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲା ସଡ଼କମାର୍ଗରେ ଯାଇ ଆହତଙ୍କୁ ଜିଏମସି ହସ୍ପିଟାଲରେ ଭେଟିଛନ୍ତି। ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ଏଭଳି ସଂକଟ ସମୟରେ ସରକାର ସେମାନଙ୍କ ସହ ମଝଭୁତି ସହ ଛିଡ଼ା ହୋଇଛନ୍ତି। ଆକ୍ରମଣର ଶୀକାର ହୋଇଥିବା ଲୋକଙ୍କୁ ସମସ୍ତ ଆବଶ୍ୟକୀୟ ସୁବିଧା ଉପଲବ୍ଧ କରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅବଦ୍ଦୁଲା। ଉପ-ମୁଖ୍ୟମନ୍ତ୍ରୀ ସୁରେନ୍ଦ୍ର ଚୌଧୁରୀ ବି ରଜୌରି ଗସ୍ତ କରି ସୁରକ୍ଷା ସ୍ଥିତିର ଯାଞ୍ଚ କରିଛନ୍ତି। ପାକିସ୍ତାନ ଏଭଳି ଆକ୍ରମଣ କରି ଜମ୍ମୁକଶ୍ମୀର ଲୋକଙ୍କ ସାହସିକତାକୁ ଭାଙ୍ଗିପାରିବନି। ହିନ୍ଦୁସ୍ତାନର ଜବାନଙ୍କ ସହ ଛିଡ଼ା ହୋଇଛନ୍ତି ଏଠାକାର ବାସିନ୍ଦା। ଭାଇଚାରା ବଜାୟ ରଖିବାକୁ ଜମ୍ମୁକଶ୍ମୀର ଲୋକଙ୍କୁ ଅପିଲ୍ କରିଛନ୍ତି ଓମାର୍ ସରକାର। ଡ୍ରୋନ୍ ଆକ୍ରମଣ ପରେ ଜମ୍ମୁକଶ୍ମୀରରେ ଅନେକ ସ୍କୁଲ କଲେଜକୁ ବନ୍ଦ କରିଦିଆଯାଇଛି। ସ୍ଥିତି ଦେଖି ସୋମବାର ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଲାଗି ନିଷ୍ପତ୍ତି ନିଆଯାଇପାରେ। ରାତିତମାମ ସାଇରନ ବାଜିବା ଓ ପାକିସ୍ତାନର ଡ୍ରୋନ୍ ଆଟାକକୁ ସାମ୍ନା କରିଥିବା ଜମ୍ମୁକଶ୍ମୀର ଲୋକଙ୍କ ବିପଦ ସମୟରେ ସରକାର ଅଛନ୍ତି ବୋଲି ଆଶ୍ୱସ୍ତ କରିଛନ୍ତି। ଅଖନୁର, ସାମ୍ୱା, ବାରମୁଳା ଓ କୁପଓ୍ୱାରାରେ ପାକିସ୍ତାନ ଡ୍ରୋନ୍ ଆଟାକ୍ କରିଥିଲା। ଭାରତୀୟ ସେନା ପାକିସ୍ତାନର ଡ୍ରୋନକୁ ସଫଳତାର ସହ ଯଦିଓ ପ୍ରତିହତ କରିପାରିଛି। ସେପଟେ ପିଡିପି ମୁଖ୍ୟ ମେହେବୁବା ମୁଫତି ଶାନ୍ତି ଲାଗି ଅପିଲ୍ କରିଛନ୍ତି। ଭାରତ-ପାକିସ୍ତାନ ଭିତରେ ଅଘୋଷିତ ଯୁଦ୍ଧ ସମୟରେ ପାକିସ୍ତାନ ଦୁଇ ଦିନ ହେଲା ୧୨ରୁ ଅଧିକ ସହରରେ ମିସାଇଲ, ଡ୍ରୋନ୍ ଆଟାକ କରିଛି। କିନ୍ତୁ ମୁଫତି ମୋଦିଙ୍କୁ ଯୁଦ୍ଧ ବାବଦରେ ମନ୍ତ୍ର ଦେଇଛନ୍ତି। ୟୁକ୍ରେନ ଯୁଦ୍ଧ ବେଳେ ଏ ଯୁଗ ଯୁଦ୍ଧର ନୁହେଁ, ବରଂ ଡାଇଲଗର ଯୁଗ ବୋଲି ସାରା ଦୁନିଆକୁ ବାର୍ତ୍ତା ଦେଉଥିଲା ବେଳେ ମୋଦି ଏବେ ପାକ୍ ପ୍ରଧାନମନ୍ତ୍ରୀ ଶେହେୱାଜ ସରିଫଙ୍କୁ ଫୋନ୍ କରି କଥା ହୋଇଯିବା ଦରକାର ବୋଲି ଅପିଲ୍ କରିଛନ୍ତି। ଏଭଳି ରକ୍ତର ହୋଲି ଖେଳିବା ବନ୍ଦ ହେଉ। ୟୁଦ୍ଧ ତୁରନ୍ତ ବନ୍ଦ ହେଉ। ସାଧାରଣ ନାଗରିକ ମରୁଛନ୍ତି। ଏଭଳି ସ୍ଥିତିରେ ଛୋଟ ପିଲା ଓ ମହିଳାଙ୍କ ଦୋଷ କଅଣ ବୋଲି ପଚାରିଛନ୍ତି ମୁଫତି। ମିଲିଟାରୀ ଆକ୍ସନ କୌଣସି ବେମାରୀର ଚେରକୁ ଖୋଜିପାରେନା। ପାକିସ୍ତାନର ଅବସ୍ଥା ବି ଠିକ୍ ନାହିଁ। ଏ ମାମଲାରେ ରାଜନୀତିକ ହସ୍ତକ୍ଷେପ ଜରୁରୀ। ଯଦି ଉଭୟ ରାଷ୍ଟ୍ରର ଲକ୍ଷ୍ୟ ପୂରଣ ହୋଇସାରିଛି, ତାହେଲେ ସାଧାରଣ ଲୋକଙ୍କ ରକ୍ତ କାହିଁକି ବହୁଛି। ଉଭୟ ଦେଶ ପରମାଣୁ ଅସ୍ତ୍ରର ଉପଯୋଗ କଲେ ତ କେହି ବଞ୍ଚିବେନି। କଂଗ୍ରେସ କହିଛି, ସେନା ଓ ସରକାରର ମନୋବଳ ବଢ଼ାଇବାକୁ ଦଳ ପୁରା ଦେଶରେ ଜୟହିନ୍ଦ୍ ଯାତ୍ରା ବାହାର କରିବ। ବିବିଧତା ଭିତରେ ଏକତା ହିଁ ଭାରତର ଶକ୍ତି। ଆଉ ଶତୃଙ୍କୁ ଜବାବ ଦେବାକୁ ଏହା ସକ୍ଷମ। ଆଉ ପାକିସ୍ତାନ ପାର୍ଲିଆମେଣ୍ଟରେ ପ୍ରଧାନମନ୍ତ୍ରୀ ସରିଫଙ୍କୁ ଧୋଇଛନ୍ତି ଜଣେ ସାଂସଦ। ପ୍ରଧାନମନ୍ତ୍ରୀ ସରିଫ ଭୀରୁ। ସେ ମୋଦିଙ୍କ ନାଁ ନେବାକୁ ଡରୁଛନ୍ତି। ଏଥିରେ ପାକିସ୍ତାନ ସେନାର ମନୋବଳ ତୁଟୁଛି। ପାକିସ୍ତାନ ଅସହାୟ ହୋଇପଡ଼ିଲାଣି। ଭାରତ-ପାକିସ୍ତାନ ଭିତରେ ଅଘୋଷିତ ଯୁଦ୍ଧ ଭଳି ସ୍ଥିତି। ପହଲଗାଁଓ ଆତଙ୍କି ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଯେବେଠୁ ଅପରେସନ ସିନ୍ଦୂର ଆରମ୍ଭ ହେଲାଣି, ପାକିସ୍ତାନର ବୁଦ୍ଧିବଣା ହୋଇଗଲାଣି।

Naxatra News is now on Whatsapp
Join and get latest news update delivered to you via whatsapp
Join Now