ସଚିନଙ୍କ ରେକର୍ଡ ଭାଙ୍ଗିଲେ ୧୩ ବର୍ଷର ବାଳକ ବୈଭବ

ନୂଆଦିଲ୍ଲୀର ୧୩ ବର୍ଷର ବାଳକ ବୈଭବ ସୂର୍ଯବଂଶୀ କ୍ରିକେଟର ଭଗବାନ କୁହାଉଥିବା ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ଏକ କମ୍‌ ବର୍ଷୀୟ ଯୁବା ଖେଳାଳୀ ଭାବେ ରଣଜୀ ଟ୍ରଫିରେ ଡେବ୍ୟୁ କରିଛନ୍ତି। ମୁମ୍ୱାଇ ବିପକ୍ଷରେ ବିହାର ପାଇଁ ରଣଜୀ ଟ୍ରଫିରେ ନିଜର ଡେବ୍ୟୁ କରିବାସହ ଲେଜେଣ୍ଡାରୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ତଥା ଅଲରାଉଣ୍ଡର ଯୁବରାଜ୍ ସିଂହଙ୍କ ରେକର୍ଡ ଭାଙ୍ଗିଥିଲେ। ବୈଭବ ୧୨ ବର୍ଷରେ ଡେବ୍ୟୁ କରିଥିବା ବେଳେ ସଚିନ ଏବଂ ଯୁବରାଜ ୧୫ ବର୍ଷରେ ଡେବ୍ୟୁ କରିଥିଲେ।

ବିହାର ପାଇଁ ଖେଳିବା ପୂର୍ବରୁ ବୈଭବ ଭାରତ U19 ପାଇଁ ଖେଳି ସାରିଥିଲେ। ସେଠାରୁ ସେ ୟୁଥ୍ ଟେଷ୍ଟ ମ୍ୟାଚ୍ ପାଇଁ ପ୍ରତ୍ୟାବର୍ତ୍ତନ କରି ସେପ୍ଟମ୍ୱର ୩୦ରେ ଅଷ୍ଟ୍ରେଲିଆ ବିପକ୍ଷରେ U19 ଖେଳିଥିଲେ। ଦଳ ପାଇଁ ବ୍ୟାଟିଙ୍ଗ୍ କରୁଥିବା ବେଳେ ସେ କନିଷ୍ଠ ଖେଳାଳୀ ଭାବେ ଅର୍ଦ୍ଧଶତକ ଏବଂ ପରେ ୧୩ ବର୍ଷ ବୟସରେ ଶତକ ହାସଲ କରି ଇତିହାସରେ ତାଙ୍କ ନାମ ଲେଖିଥିଲେ। ଦିନିକିଆ ଖେଳ ଶେଷରେ ବୈଭବ ୪୭ ବଲ୍ ରୁ ୮୧ ରନ୍ ସଂଗ୍ରହ କରି ୧୩ଟି ବାଉଣ୍ଡ୍ରି ଏବଂ ୨ଟି ଛକା ମାରି ଭାରତ ୧୪ ଓଭର ରେ ୧୦୩/୦ ରନ୍ କରିଥିଲା।

କୁହାଯାଉଛି ଯେ , ମୁମ୍ୱାଇ ବିପକ୍ଷରେ ବିହାର ତରଫରୁ ଖେଳିବା ପାଇଁ ରଣଜୀ ଟ୍ରଫିରେ ୨୦୨୩-୨୦୨୪ ରେ ସେ ଡେବ୍ୟୁ କରିଥିଲେ। ଯୁବ ଓପନର ଭାବେ ୫୮ ବଲ୍ ବ୍ୟବହାର କରି ୧୪ ଚୌକା ଓ ୪ ଛକା ମାରି ଶତକ ହାସଲ କରି ଇତିହାସରେ ତାଙ୍କ ନାଁ ରେର୍କଡ କରିବା ସହିତ ଆନ୍ତର୍ଜାତୀୟ ସ୍ତରରେ ସର୍ବକନିଷ୍ଠ ଶତକ ହାସଲକାରୀ ଭାବେ ପରିଚିତ ହୋଇଥିଲେ। ଏହା ସହିତ ସେ ଶତକ ହାସଲ କରିବା ସହ ବାଂଲାଦେଶୀ କ୍ରିକେଟର ନଜମୁଲ୍‌ ହୁସେନ୍ ଶାଣ୍ଟୋଙ୍କ ୨୦୧୩ ରେ ସୃଷ୍ଟି କରିଥିବା ଦୀର୍ଘ ଦିନର ରେର୍କଡ ମଧ୍ୟ ଭାଙ୍ଗିଥିଲେ ।  ଅନ୍ୟପଟେ ସେ ଶ୍ରୀଲଙ୍କା ବିପକ୍ଷରେ ୧୪ ବର୍ଷ ବୟସରେ ଅର୍ଦ୍ଧଶତକ ହାସଲ କରିଥିଲେ।

ତେବେ ଏକ ଇନଣ୍ଟରଭ୍ୟୁ ମାଧ୍ୟମରେ ସେ କହିଥିଲେ ଯେ “ମୋ ଆଇଡଲ ହେଉଛନ୍ତି ବ୍ରିଏନ୍ ଲାରା, ମୁଁ ତାଙ୍କ ବ୍ୟାଟିଂ ଷ୍ଟାଇଲକୁ ଭଲ ପାଏ”। ତାଙ୍କ ବିଷୟରେ ସବୁଠାରୁ ଭଲ କଥା ହେଉଛି ସେ କେବେ ହାର ମାନନ୍ତି ନାହିଁ। ସେ ସବୁବେଳେ ମ୍ୟାଚ ଶେଷ ପର୍ଯ୍ୟନ୍ତ ନେଉଥିଲେ ଏବଂ ପରେ ଜିତାଉଥିଲେ। ମୁଁ ଲାରାଙ୍କ ଭଳି ବୋଲରମାନଙ୍କୁ ପ୍ରାଧାନ୍ୟ ଦେବାକୁ ଚାହୁଁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *