
ଆସନ୍ତା ଜୁନ ୧୨ତାରିଖରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚର ମଜା ନେଇ ପାରିବେ ଦର୍ଶକ। କୋଭିଡ୍ କଟକଣା ଯୋଗୁଁ ଵାରଵାଟୀରେ ହେଵାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ମ୍ୟାଚ ଵେଳେ ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି ନେଇ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଷ୍ଟାଡିୟମରେ ବସି ଦର୍ଶକଙ୍କୁ ଖେଳ ଉପଭୋଗ ପାଇଁ ଅନୁମତି ମିଳିବ ଵୋଲି ଆଜି ପ୍ରଶାସନ ସ୍ପଷ୍ଟ କରିଛି। ତେଣୁ ଷ୍ଟାଡିୟମ ଭିତରେ ଓ ଵାହାରେ ୪୫ହଜାର ଦର୍ଶକଙ୍କ ପାଇଁ କିଭଳି ଭିତ୍ତିଭୂମି ଆଵଶ୍ୟକ ଅଛି ସେ ନେଇ ଜିଲ୍ଲା ପ୍ରଶାସନ, ସି ଡି ଏ, ସିଏମ୍ ସି ଓ ଓସିଏ ପକ୍ଷରୁ ଅନୁଧ୍ୟାନ କରାଯାଇଛି।
ମ୍ୟାଚ ଦେଖିବା ପାଇଁ ଆସୁଥିବା ଦର୍ଶକଙ୍କ ଗାଡ଼ି ପାର୍କିଂ ଲାଗି ଉପର ଵାଲିଯାତ୍ରା ପଡିଆ ଓ ତଳ ଵାଲିଯାତ୍ରା ପଡିଆରେ ବ୍ୟବସ୍ଥା କରାଯିବ। ଉପର ପଡିଆ ରେ VVIP ଓ ତଳ ପଡିଆ ରେ ସର୍ଵ ସାଧାରଣ ଙ୍କ ପାଇଁ ପାର୍କିଂ ର ବ୍ୟବସ୍ଥା କରାଯିବ। ଏଥିପାଇଁ ଉଭୟ ପଡିଆ କୁ ସମତୁଲ କରାଯିବ। ଏହା ବ୍ୟତୀତ ଏତେ ସଂଖ୍ୟକ ଲୋକଙ୍କ ପାଇଁ ଶୌଚାଳୟ, ପିଆଵା ପାଣି ଓ ସ୍ବଚ୍ଛ ପରିଵେଶ ଯୋଗାଇ ଦେଵା ପାଇଁ ସିଏମସି ପ୍ରସ୍ତୁତ ହେଉଛି। ସେପଟେ ଟିକେଟ ଦର ବୃଦ୍ଧି ପାଇବ ବୋଲି ଓସିଏ ସୂଚନା ଦେଇଥିବା ବେଳେ ଟିକେଟ ଦର କେତେ ରହିବ ଏବଂ କେବେ ଠାରୁ ଟିକେଟ ବିକ୍ରି କରାଯିବ ସେ ସମ୍ପର୍କରେ ଖୁବ ଶୀଘ୍ର ନିଷ୍ପତ୍ତି କରାଯିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ମ୍ୟାଚ ଲାଗି ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ଭିତରେ ଦେଖାଯାଇଛି ଅନେକ ଉତ୍ସାହ ।