ରାମଲୀଳା ଚାଲିଥିବା ବେଳେ ରାମଙ୍କ ହୃଦଘାତରେ ମୃତ୍ୟୁ

ରାମଲୀଳାରେ ରାମଙ୍କୁ ହୃଦଘାତ । ମଞ୍ଚ ଉପରେ ଠିଆ ହୋଇ ଡାଏଲଗ କହୁଥିଲେ ‘ରାମ’ । ହେଲେ ଦେଖୁ ଦେଖୁ ହଠାତ୍ ସେ ଟଳି ପଡିଲେ। ଦିଲ୍ଲୀରେ ଘଟିଛି ଏଭଳି କିଛି ଘଟଣା । ଏହାର ଭିଡିଓ ସାମ୍ନାକୁ ଆସିଛି । ଖବର ମୁତାବକ, ଦିଲ୍ଲୀର ଶାହାଦରା ଅଞ୍ଚଳର ବିଶ୍ୱକର୍ମା ନଗରରେ ରାମଲୀଲା ଚାଲିଥିଲା । ଏହି ସମୟରେ ରାମ ଭୂମିକାରେ ଅଭିନୟ କରୁଥିବା ଜଣେ ଅଭିନେତା ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି । ମୃତ ଅଭିନେତା ନାମ ସୁଶୀଲ କୌଶିକ । ୪୫ ବର୍ଷୀୟ ସୁଶୀଲ କୌଶିକ ମଞ୍ଚରେ ରାମ ଭୂମିକାରେ ଅଭିନୟ କରୁଥିବା ବେଳେ ଡାଏଲଗ ମଧ୍ୟ ସଠିକ୍ ଭାବରେ କହୁଛନ୍ତି। ଏହି ସମୟରେ ତାଙ୍କ ସହିତ ମଞ୍ଚରେ ଅନ୍ୟ କଳାକାରମାନେ ମଧ୍ୟ ଉପସ୍ଥିତ ଅଛନ୍ତି । ବିଭୀଷଣଙ୍କ ରାଜ୍ୟାଭିଷେକ ପରେ ରାମ ମହାଦେବ ଶଙ୍କରଙ୍କ ନିକଟରେ ତାଙ୍କ ଦ୍ୱାରା ସୁଶାସନ ପ୍ରତିଷ୍ଠା ପାଇଁ ପ୍ରାର୍ଥନା କରୁଥିବା ବେଳେ, ହଠାତ୍ ରାମଙ୍କୁ ତାଙ୍କ ଛାତିରେ ହାତ ଦେଉଥିବା ଦେଖିବାକୁ ମିଳିଥିଲା । ସୁଶୀଲ ନିଜ ଛାତିରେ ହାତ ରଖି ମଞ୍ଚ ପଛପଟକୁ ଯାଉଥିବାର ନଜର ଆସିଛନ୍ତି । ପୋଲିସ ସୂଚନା ମୁତାବକ, ସୁଶୀଲଙ୍କୁ ମଞ୍ଚ ଉପରେ ହୃଦ୍‌ଘାତ ହୋଇଥିଲା । ଛାତିରେ ଯନ୍ତ୍ରଣା ହେବା ପରେ ସେ ଚେତାଶୂନ୍ୟ ହୋଇପଡିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣା ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତେବେ ସୁଶୀଲ ପେଶାରେ ଜଣେ ପ୍ରପର୍ଟି ଡିଲର ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *