ସବୁଦିନ ପାଇଁ ଆଖି ବୁଜିଲେ ଭାରତର ରତ୍ନ: ରତନ ଟାଟା

ଭାରତର ରତ୍ନ ବୋଲାଉଥିବା ବିଷିଷ୍ଟ ଶିଳ୍ପପତି ତଥା ଉଦ୍ୟୋଗପତି ରତନ ଟାଟା ଏବେ ଆଉ ଏ ଦୁନିଆରେ ନାହାନ୍ତି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ରତନ ଟାଟା। ଦୁଇଦିନ ତଳେ ସେ ଅସୁସ୍ଥତା ଅନୁଭବ କରିଥିବାରୁ ତାଙ୍କୁ ମୁମ୍ୱାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଏ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଉପୁଜିଥିବା ବେଳେ ନିଜେ ରତନ ଟାଟା ଟ୍ୱିଟ୍ ମାଧ୍ୟମରେ ସୁସ୍ଥ ଅଛନ୍ତି କହି ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ। ତେବେ ଆଜି ସେ ଆଇସିୟୁରେ ଥିବା ନେଇ ଜାତୀୟ ଗଣମାଧ୍ୟମରେ ତଥ୍ୟ ପ୍ରକାଶ ପାଇଥିଲା। ପରେ ଏଭଳି ଦୁଃଖଦ ଖବର ଶୁଣିବା ପାଇଁ ମିଳିଥିଲା।

ତେବେ କିମ୍ୱଦନ୍ତୀ ବୋଲାଉଥିବା ଟାଟା ଟ୍ରଷ୍ଟ ଚେୟାରମ୍ୟାନ ତଥା ଟାଟା ସନ୍ସର ଚେୟାରମ୍ୟାନ ରତନ ଟାଟା ନିଜର ଆତ୍ମୀୟ ବ୍ୟକ୍ତିତ୍ୱ, ସରଳ ଜୀବନଶୈଳୀ, ବଦାନ୍ୟ ଗୁଣ ପାଇଁ ବେଶ୍ ପରିଚିତ ଥିଲେ। ୧୯୬୧ ରେ ପ୍ରଥମ କରି ସେ ଟାଟାଷ୍ଟିଲ୍ ରେ ଯୋଗ ଦେଇଥିଲେ। ପରେ ୧୯୯୧ରେ ଜେଆରଡି ଟାଟା ଅବସର ନେବା ପରେ ସେ ଟାଟା ସନ୍ସର ଚେୟାରମ୍ୟାନ ହୋଇଥିଲେ। ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୦୦ ମସିହାରେ ପଦ୍ମଭୂଷଣ ଓ ୨୦୦୮ ମସିହାରେ ପଦ୍ମବିଭୂଷଣ ସମ୍ମାନରେ ଭାରତ ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏହାଛଡା ସେ ଆହୁରି ବହୁତ କିଛି ମଧ୍ୟ ତାଙ୍କ ବୁଦ୍ଧି ବଳରେ ହାସଲ କରିଥିଲେ। ୨୦୨୨ ମସିହାରେ କ୍ଷତି ସହୁଥିବା ଏୟାର ଇଣ୍ଡିଆକୁ ମଧ୍ୟ ନିଜ ଅକ୍ତିଆରକୁ ଆଣିଥିଲେ ଟାଟା। କେବଳ ଭାରତ ନୁହେଁ ବହୁ ବିଦେଶୀ କମ୍ପାନୀଗୁଡିକ ଉପରେ ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲେ। ମୁମ୍ୱାଇରେ ସବୁଠାରୁ ବଡ କ୍ୟାନସର୍ ହସ୍ପିଟାଲ ତିଆରି କରିଥିଲେ। ଭାରତବାସୀଙ୍କ ପାଇଁ ସେ ତାଙ୍କ ଜୀବନ ଉର୍ତ୍ସଗ କରିଦେଇଥିଲେ। ନିଜ ଲାଭର ୬୫ ପ୍ରତିଶତ ଦାନ ମଧ୍ୟ କରିଦଉଥିଲେ। ତେବେ ଏଭଳି ବ୍ୟକ୍ତିତ୍ୱଙ୍କୁ କେବେ ବି ଭୁଲିହେବନାହିଁ। ଭାରତର ଲୋକମାନଙ୍କ ପ୍ରତି ତାଙ୍କ ଅବଦାନ ସବୁବେଳେ ଅତୂଳନୀୟ ହୋଇରହିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *