ଭୁଲ ଭୁଲାୟା-୩ ର ଟ୍ରେଲର ଲଞ୍ଚ୍‌,

ଦୁଇ ମଞ୍ଜୁଲିକାଙ୍କ ସହ ନଜର ଆସିବେ କାର୍ତ୍ତିକ ଆରିୟନ୍‌

ଶେଷରେ “ଭୁଲ ଭୁଲେୟା-୩” ର ଟ୍ରେଲର ପ୍ରକାଶ ପାଇଛି। ଯେଉଁଥିରେ କାର୍ତ୍ତିକ ଆରାୟନଙ୍କୁ ପୂର୍ନବାର ରୁହ ବାବା ଭୂମିକାରେ ଦେଖିବାକୁ ମିଳିବ। ଆନିସ୍ ବାଜମିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଉଭୟ ବିଦ୍ୟାବାଲନ୍ ଏବଂ ମାଧୁରୀ ଦୀକ୍ଷିତ୍ ମଞ୍ଜୁଳିକା ଭୂମିକାରେ ନଜର ଆସିବେ। ତେବେ ଏହି ଫ୍ଲିମରେ କାର୍ତ୍ତିକ ଆରିୟାନଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ତ୍ରିପ୍ତି ଡିମ୍ରି। ତେବେ ଟ୍ରେଲରରୁ ଯାହା ଜଣାପଡିଛି, ଫ୍ଲିମଟି ହରର୍ କମେଡି ଉପରେ ପର୍ଯବେଶିତ ଯାହା ଦର୍ଶକଙ୍କୁ ଉଭୟର ମଜ୍ଜା ଦବ।

ଫ୍ଲିମର ଟ୍ରେଲରୁ ଯାହା ଜଣାପଡୁଛି, କାହାଣୀଟି ରକ୍ତଘାଟ ନାମକ ଏକ ରାଜ୍ୟ ଉପରେ ପର୍ଯବେଶିତ ହୋଇଛି। ଯେଉଁଥିରେ ବିଦ୍ୟାବାଲନ ଏବଂ ମାଧୁରୀ ଦୀକ୍ଷିତ ଦୁଇ ମଞ୍ଜୁଲିକା ଭାବେ ନଜର ଆସିବେ। ତେବେ ଦୀର୍ଘ ୧୭ ବର୍ଷ ପରେ ଦର୍ଶକ ବିଦ୍ୟାବାଲନଙ୍କୁ ସ୍କ୍ରିନ୍ ଉପରେ ପୁଣିଥରେ ମଞ୍ଜୁଲିକା ଚରିତ୍ରରେ ଦେଖିବାକୁ ପାଇବେ। ତାହା ସହ ଏକ ଚିତ୍ତାକର୍ଷକ ମୋଡ ସହିତ ମାଧୁରୀଙ୍କ ଚରିତ୍ରକୁ ଏକ ଶତାଦ୍ଧୀ ଆତ୍ମା ଭାବରେ ଦର୍ଶକ ମଧ୍ୟ ଦେଖିବେ। ତେବେ ଦୁଇ ଆତ୍ମା କିପରି ନିଜର ପ୍ରାଧାନ୍ୟ ପ୍ରକାଶ କରିବା ପାଇଁ ପରସ୍ପର ସହ ପ୍ରତିନ୍ଦ୍ୱନ୍ଦିତା କରିବେ ତାହା ଦେଖିବା ମଜାଦାର। ତେବେ ଯାହା ଜଣାପଡିଛି ଫ୍ଲିମଟି ଦୀପାବଳୀ ଉପଲକ୍ଷେ ରିଲିଜ ହୋଇପାରେ। ଅନ୍ୟପଟେ ଚଳଚ୍ଚିତ୍ର ଭବନରେ ରୋହିତ ସେଟ୍ଟିଙ୍କ ନିର୍ଦ୍ଦେଶିତ “ସିଙ୍ଘମ୍ ଏଗେନ୍” ମଧ୍ୟ ଏହି ଦୀପାବଳିରେ ରିଲିଜ୍ ହେବାକୁ ଯାଉଛି। ତେବେ ଦେଖିବା ବାକି ରହିଲା କି ବକ୍ସ ଅଫିସରେ କିଏ ବାଜିମାତ୍ କରୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *