ଗାଁ ରେ ଆତଙ୍କ ସୃଷ୍ଟି କରୁଛି ବାଘ

କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅନ୍ତର୍ଗତ ସାର୍ତ୍ତୁଲ ପଞ୍ଚାୟତ ରେ ଗତ ୫ ଦିନ ହେଲା ବାଘ ଆତଙ୍କ ଯୋଗୁଁ ଲୋକେ ଭୟରେ ଘର ବାହାରୁନଥିବା ଖବର ମିଳିଛି l ସୂଚନା ଯୋଗ୍ୟ ଯେ,.ଗତ ଶନିବାର ଦିନ ଅପରାହ୍ନ ପାଞ୍ଚଟା ରେ ଗ୍ରାମବାସୀ ଛେଳି ଚରାଇବାକୁ ଜଙ୍ଗଲ କୁ ଯାଇଥିଲେ ବେଳେ ହଠାତ ବାଘ ରଡି ଶୁଣିବାକୁ ପାଇଲେl କିଛି ସମୟ ପରେ ପାହାଡ଼ ଆରପଟେ ୪ /୫ ଗୋଟି ଛେଳି କ୍ଷତ ଅବସ୍ଥାରେ ମରି ପଡିଥିବା ଦେଖିବାକୁ ମିଳି ଥିଲା l l ଏହା ଦେଖି ଗ୍ରାମବାସୀ ବାଘ ଖାଇଥିବା ସନ୍ଦେହ କରୁଛନ୍ତି l ବାଘ ଏ ଭିତରେ ଦଶ ଗୋଟି  ଛେଳି ଖାଇଲାଣି l  ବାଘର ପାଦ ଚିହ୍ନ ମଧ୍ୟ ଗ୍ରାମବାସୀ ମାନେ ଦେଖିଛନ୍ତି l ଫଳରେ  ଲୋକେ ସନ୍ଧ୍ୟା ନ ହେଉଣୁ ତାଟି, କବାଟ ବନ୍ଦ କରି ଭୟ ଭିତ ହୋଇ ରହୁଛନ୍ତିl  ଅନେକ ଲୋକଙ୍କ ର ମଧ୍ୟ ଛେଳି ଖାଇଥିବା ଅଭିଯୋଗ ହୋଇଛି l ଏ ନେଇ କୋଟଗଡ ବନ ବିଭାଗ  ଜଣାଇଥିବା ସହ କ୍ଷତି ପୂରଣ ଯୋଗାଇଦେବାକୁ ଅନୁରୋଧ କରି ଛନ୍ତି l ତେବେ ଏହାର ତଦନ୍ତ ପରେ ବାଘ ନା ଆଉ କୌଣସି ଜଙ୍ଗଲୀ ଯନ୍ତୁ ଛେଳି ମାନଙ୍କୁ ମାରିଚି ତାହା ସ୍ପଷ୍ଟ ହେବ ବୋଲି ରେଞ୍ଜର ବେହେରା କହିଛନ୍ତି l ଘଟଣା ସ୍ଥଳରେ  ପହଞ୍ଚି ବନ ବିଭାଗ ଅଧିକାରୀ ତଦନ୍ତ ଚଳାଇଛନ୍ତି l  

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *