ରାଜଧାନୀରେ ଆଜି ଦିନ ୨ଟା ଠାରୁ ବନ୍ଦ ରହିବ ଜଳ ଯୋଗାଣ

ଆଜି ଦିନ ୨ଟାରୁ ଆସନ୍ତାକାଲି ଦିନ ୨ଟା ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଜଳ ଯୋଗାଣ ବନ୍ଦ ରହିବ । ମୁଣ୍ଡଳିଠାରେ ପାଇପ ଲାଇନରେ ଏକ ଜରୁରିକାଳୀନ ମରାମତି ଯୋଗୁଁ ଜଳଯୋଗାଣ ବନ୍ଦ ରହିବ। ଫଳରେ ଭୁବନେଶ୍ବରର ଘାଟିକିଆ, ପୋଖରିପୁଟ, ନୟାପଲ୍ଳୀ, ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଳ ଯୋଗାଣ ବନ୍ଦ ରହିବ। ସେହିପରି ହାଇଲେଭେଲ ଟ୍ୟାଙ୍କର ଜଳ ଯୋଗାଣ ମଧ୍ୟ ବନ୍ଦ ରହିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *