ପୁରୀ ହବିଷ୍ୟାଳି ପସଙ୍ଗ ନେଇ ବିଜେପି ଉପରେ ବର୍ଷିଲା ବିଜେଡ଼ି

 ସାମ୍ବାଦିକ ସମ୍ମିଳନୀ କରି ଦଳର ମୁଖପାତ୍ର ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି  ଯେ ଅନ ଲାଇନ ପଞ୍ଜିକରଣ ପ୍ରହସନ ବନ୍ଦ କରି ସବୁ ହବିଷ୍ୟାଳି ଙ୍କ ପାଇଁ ସୁବନ୍ଦୋବସ୍ତ କରିବାକୁ ଦାବି କଲା ବିଜେଡି। ଆହୁରି କହିଛନ୍ତି ହବିଷ୍ୟାଳି ମାନଙ୍କ ପାପ ବିଜେପି ସରକାରକୁ ଲାଗିବ  ଦିଲ୍ଲୀ ଓ ନାଗପୁର ରେ ହବିଷ୍ୟାଳି ବ୍ୟବସ୍ଥା ନଥିବାରୁ ଏଠି ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇ ନାହିଁ। ହବିଷ୍ୟାଳି ମାନଙ୍କ ପାଇଁ ବ୍ୟବସ୍ଥା ନ କରି ପାରିବା ସରକାର ଙ୍କ ଅପାରଗତା ଅଯୋଗ୍ୟତା କୁ ଦର୍ଶାଉଛି । ଓଡ଼ିଆ ଅସ୍ମିତା କଥା କହି କି ବିଜେପି ସରକାର କୁ ଆସିଲା କିନ୍ତୁ ପ୍ରତ୍ୟେକ ଦିନ ଏଠି ଓଡ଼ିଆ ଅସ୍ମିତା କୁ କୁଠାର ଘାତ କରାଯାଉଛି । କାର୍ତ୍ତିକ ମାସ ଆମ ସମସ୍ତ ଙ୍କ ପାଇଁ ଏକ ପବିତ୍ର ମାସ । ଏହି କାର୍ତ୍ତିକ ମାସ ରେ ବିଧବା ମହିଳା କି ବୃଦ୍ଧା ମାନେ ହବିଷ କରିଥାନ୍ତି । ହବିଷ୍ୟାଳି ମାନଙ୍କୁ ଯେଉଁ ଭଳି ଭାବେ ବ୍ୟବହାର କରାଗଲା ତାହା ସମସ୍ତ ଙ୍କୁ ବ୍ୟଥିତ କରିଛି । ରାଜ୍ୟ ସରକାର ହବିଷ୍ୟାଳି ମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନ କରି ସେମାନଙ୍କୁ ହନ୍ତସନ୍ତ କରି ଧୋକା ଦେଇଛନ୍ତି । ନବୀନ ପଟ୍ଟନାୟକ ବୃନ୍ଦାବତୀ ନିବାସ ୩୯ କୋଟି ବ୍ୟୟବରାଦ ରେ ନିର୍ମାଣ କରିଥିଲେ । ଏହା ହବିଷ୍ୟାଳି ମାନଙ୍କ ପାଇଁ ନିର୍ମାଣ କରାଯାଇଥିଲା । ସେବେ ହବିଷ୍ୟାଳି ମାନଙ୍କ ପାଇଁ ନବୀନ ପଟ୍ଟନାୟକ ସବୁ ବ୍ୟବସ୍ଥା କରିଥିଲେ । ଗତବର୍ଷ ୩୨୦୦ ହବିଷ୍ୟାଳି ମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଚଳିତ ବର୍ଷ କେବଳ ୨୫୦୦ ହବିଷ୍ୟାଳି ଙ୍କୁ ବୃନ୍ଦାବତୀ ନିବାସ ରେ ରଖା ଯାଇଛି । ଅନ୍ୟ ମାନଙ୍କୁ ଅନଲାଇନ ପଞ୍ଜିକରଣ ନାଁ ରେ ଧକା ମରାଯାଉଛି । ମାଆ ମାନେ ଦିନ ରେ ଖରା ରାତିରେ କାକର ମାଡ଼ ଖାଇ କାନ୍ଦୁଛନ୍ତି । ବିଜେପି ସରକାର କହିବ କିଏ ଧର୍ମ କରିବ କିଏ ନ କରିବ । ଇଏ ଏକ ଉଦ୍ଭଟ ଚିନ୍ତାଧାରା । ବିଜେପି ସରକାର ବିନାଶ ଭିତରେ ଗୋଟେ ଗୋଡ଼ ପକେଇ ସରିଲାଣି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *