ପାଳିତ ହେଲା ଗଣକବି ବୈଷ୍ଣବ ପାଣିଙ୍କ ୧୪୨ତମ ଜନ୍ମ ଜୟନ୍ତୀ

ଗୀତିନାଟ୍ୟ ମାଧ୍ୟମରେ ସମାଜର ନିଚ୍ଛକ ଛବିକୁ ଆଙ୍କି ପାରିଥିଲେ ଗଣକବି ବୈଷ୍ଣବ ପାଣି lମାତ୍ର ଏକୋଇଶ ବର୍ଷ ବୟସରେ ସେ ସାହିତ୍ୟ ଜଗତରେ ପାଦ ଥାପିଥିଲେ l  ଦୁଇଶହ ରୁ ଉର୍ଦ୍ଧ୍ବ ସୁଆଙ୍ଗ, ଗୀତିନାଟ୍ୟ ଗୀତାଭିନୟ, ଭଜନ, ଜଣାଣ,  କଥା-ସାହିତ୍ୟ, ଗଦ୍ୟ-ପ୍ରବନ୍ଧ ଆତ୍ମଜୀବନୀ ଆଦି ରଚନା କରି ଓଡ଼ିଆ ସାହିତ୍ୟର ବହୁମୁଖୀ ପ୍ରତିଭାର ନିଦର୍ଶନ ଦେଇଛନ୍ତି କବି ସ୍ବର୍ଗତ ପାଣି ।ସେହି ମୁକୁଟବିହୀନ ସମ୍ରାଟ ଗଣକବି ବୈଷ୍ଣବ ପାଣି ଙ୍କ ଜନ୍ମଜୟନ୍ତୀ ଅବସରରେ ମାହାଙ୍ଗା ସାହାପୁର ପଞ୍ଚାୟତ ଅରିଲୋ ମେଳଣ ପଡ଼ିଆ ପରିସରରେ ସ୍ୱର୍ଗତ ପାଣିଙ୍କ ୧୪୨ତମ ଜୟନ୍ତୀ ସମାରୋହ ‘ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ, ମାହାଙ୍ଗା’ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି I ସାହାପୁର ପଞ୍ଚାୟତ ସରପଞ୍ଚ ସାରଦା ପ୍ରସାଦ ମହାନ୍ତି ଙ୍କ ତଥା ସଭାପତିତ୍ବ ରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉଦ୍‌ଘାଟକ ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରିଵା ସହ ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଯୋଗଦାନ କରି ଗଣକବିଙ୍କ ଜୀବନୀ ବିଷୟରେ ଆଲୋଚନା କରିଥିଲେ l ପରେ ପରେ ସିନେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଦ୍ୱାରା ଦର୍ଶକ ମାନଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯିବା ସହ ପରିଶେସରେ ମଞ୍ଚରେ ବୈଷ୍ଣବ ପାଣି ଗତିନାଟ୍ୟ ପରିବେଷଣ କରାଯଇଥିଲା l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *