ନୁଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଅନ୍ତରାଷ୍ଟ୍ରୀୟ ସାହିତ୍ୟ ଉତ୍ସବ ଉନ୍ମେଷର କରିବେ ଉଦ୍ଘାଟନ ।
ରାଷ୍ଟ୍ରପତିଙ୍କ ସଚିବାଳୟ ତରଫରୁ ଏକ ବିଜ୍ଞପ୍ତିରେ ଏହି ସୁଚନା ଦିଆହୋଇଛି । ସେଥିରେ କୁହାଯାଇଛି ରାଷ୍ଟ୍ରପତି ୩ ଅଗଷ୍ଟରେ ଭୋପାଳ ଗସ୍ତରେ ଯିବେ । ରାଷ୍ଟ୍ରପତି ସେଠାରେ କେନ୍ଦ୍ରୀୟ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ସାହିତ୍ୟ ଏକାଡେମି ଏବଂ ସଙ୍ଗିତ ନାଟକ ଏକାଡେମି ସହେଯାଗରେ ଆୟୋଯିତ ହେବାକୁ ଯାଉଥିବା ଅନ୍ତରାଷ୍ଟ୍ରୀୟ ସାହିତ୍ୟ ଉତ୍ସବ ଉମ୍ନେଷ ଏବଂ ଲୋକ ଜନଜାତୀୟ ଅଭିବ୍ୟକ୍ତିର ରାଷ୍ଟ୍ରୀୟ କଳା ମହୋତ୍ସବ ଉତ୍କର୍ଷର କରିବେ ଉଦ୍ଘାଟନ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now