ଚଳିତ ବର୍ଷ ସବୁ ପୂଜାବିଧିରେ ଦେଖାଦେଉଛି ବାଧ୍ୟା। ଦୁଇ ଦିନିଆ ପାଳନକୁ ନେଇ ଦ୍ୱନ୍ଦରେ ପଡିଛନ୍ତି ଲୋକେ। ରାକ୍ଷୀପୂର୍ଣ୍ଣିମା, କୁମାରପୂର୍ଣ୍ଣିମା ଏବଂ ଦଶହରା ଭଳି ଏଥର ଦୀପାବଳିରେ ମଧ୍ୟ ସେହି ସମାନ ଘଟଣା ଦେଖାଦେଇଛି। କେବେ ଲୋକ ଦୀପାବଳି ପାଳିବେ ସେହି କଥାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପଞ୍ଜିକା ଏବଂ କ୍ୟାଲେଣ୍ଡର ରେ ବିଭେଦ ଦେଖାଦେଇଥିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିଲା।
ତେବେ ଆଜି ଶ୍ରୀମନ୍ଦିରରେ ଦୀପାବଳି ସହ ଅମାବସ୍ୟା ନୀତି ପାଳନ ହେଉଛି। ପୟା ଶ୍ରାଦ୍ଧ ପକାଇ କାଉଁରିଆ କାଠି ଜାଳି ଲୋକେ ବଡବଡୁଆଙ୍କୁ ଡାକିବେ। ପଞ୍ଜିକା ଏବଂ କ୍ୟାଲେଣ୍ଡର ର ଅସମାନତା ଯୋଗୁ ଗତକାଲି କିଏ ଦୀପାବଳି ପାଳିବା ସହ ବଡବଡୁଆ ଡାକିଛନ୍ତି ତ କିଏ ଆଜି ପୟା ଶ୍ରାଦ୍ଧ ଦେଉଛନ୍ତି। ତେବେ ଜ୍ୟୋତିର୍ବିଦ୍ ଏବଂ ଗବେଷକଙ୍କ ମତରେ ଗତକାଲି ଅପରାହ୍ନ ସାଢେ ୩ ରୁ ଅମାବାସ୍ୟା ଆରମ୍ଭ ହୋଇଥିଲା । ତେଣୁ ସେମାନେ ଦୀପାବଳି ଯଥାରୀତି ପାଳନ କରିବାକୁ କହିଥିଲେ। ଏପଟେ ପୁରୀର ପଣ୍ଡିତମାନେ ଆଜି ଶ୍ରାଦ୍ଧ ଏବଂ ଦୀପଦାନ ପାଇଁ ଶୁଭ ବେଳା ଅଛି ବୋଲି କହିଥିଲେ। ସେଥିପାଇଁ ଆଜି ପୁରୀରେ ଦୀପାବଳି ଅନୁଷ୍ଠିତ ହେଉଥିବା ବେଳେ ଅମାବାସ୍ୟା ଆଜି ସଂନ୍ଧ୍ୟା ଯାଏଁ ନଥବାରୁ ଅଧିକାଂଶ ଜାଗାରେ କାଲି ଦୀପାବଳି ପାଳନ କରାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now