ସପ୍ତାହ ବଲିଉଡ କିଙ୍ଗ ଖାନ ଶାହାରୁଖଙ୍କର ଜନ୍ମଦିନ । ଦୀପାବଳି ସହ ଅଭିନେତା ତାଙ୍କର 59 ତମ ଜନ୍ମଦିନ ମଧ୍ୟ ପାଳନ କରିବେ । ସେଥିପାଇଁ ଏଥର ମନତରେ ହେବ ଡବଲ୍ ସେଲିବ୍ରେସନ୍ । ତେବେ ଏଥର କିପରି ଖାନ ପରିବାର ପାଳନ କରିବେ ତାହା ଦେଖିବାକୁ ପ୍ରଶଂସକମାନେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି।ଯେଉଁଥିରେ ଶାହାରୁଖଙ୍କ ବିଳାସପୂର୍ଣ୍ଣ ଘର ମନ୍ନତ ବେଶ୍ ସୁନ୍ଦର ଭାବେ ସଜା ଯାଇଥିବାର ଦେଖିବା ପାଇଁ ମିଳିଛୁ । କିଙ୍ଗ୍ ଖାନଙ୍କ ଘର ମନ୍ନତ ଆଲୋକରେ ସଜାଯାଇଛି । ଏହା ଦେଖି ପ୍ରଶଂସକମାନଙ୍କ ଉତ୍ସାହ ମଧ୍ୟ ଖୁବ୍ ଅଧିକ ବୃଦ୍ଧି ପାଇଛି । ପ୍ରତିବର୍ଷ ବିଶ୍ୱର ବିଭିନ୍ନ ସ୍ଥାନରୁ ପ୍ରଶଂସକମାନେ ଶାହାରୁଖ ଖାନଙ୍କ ବଙ୍ଗଳା ବାହାରେ ଏକତ୍ରିତ ହୋଇ ତାଙ୍କ ପ୍ରିୟ ଷ୍ଟାରଙ୍କ ଜନ୍ମଦିନ ପାଳନ କରିଥାନ୍ତି। କିଙ୍ଗ ଖାନ ମଧ୍ୟ ତାଙ୍କ ବାଲକୋନୀକୁ ଆସି ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଥାନ୍ତି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଗୌରୀ ଖାନ ତାଙ୍କ ସ୍ୱାମୀ ତଥା ଅଭିନେତା ଶାହାରୁଖ ଖାନଙ୍କ ୫୯ ତମ ଜନ୍ମଦିନ ଅବସରରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରୁଛନ୍ତି। ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ଏହି ପାର୍ଟୀ ପାଇଁ ୨୫୦ ଅତିଥିଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। କିଙ୍ଗ ଖାନଙ୍କ ଜନ୍ମଦିନ ପାଇଁ ନିମନ୍ତ୍ରିତ ହୋଇଥିବା ତାରକାମାନଙ୍କ ମଧ୍ୟରେ କରୀନା କପୁର ଖାନ, କରିସ୍ମା କପୁର, ସୈଫ ଅଲି ଖାନ, ରଣଭୀର ସିଂ, ଫରାହ ଖାନ, ଜୋୟା ଅଖତର, ଅଟଲେ, ଅନନ୍ୟା ପାଣ୍ଡେ, କରଣ ଜୋହର, ଶାନୟା କପୁର, ନୀଲମ , ଶାଲିନି ପାସିଙ୍କ ସମେତ ଅନେକ ସେଲିବ୍ରିଟି ମାନେ ସାମିଲ ଅଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now