ଗୋବରରେ ପ୍ରସ୍ତୁତ ହୋଇଛି ଡଙ୍ଗା ।ପରିବେଶ କୁ ରଖିବ ପ୍ରଦୂଷଣ ମୁକ୍ତ

ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା । କାର୍ତ୍ତିକ ପୂର୍ଣ୍ଣିମାରେ ସୋଲ ଓ ପ୍ଲାଷ୍ଟିକ୍ ଡଙ୍ଗା ସମସ୍ତେ ଭସାନ୍ତି । କିନ୍ତୁ ପରିବେଶକୁ ଧ୍ୟାନରେ ରଖି ତିଆରି କରାଯାଇଛି ଗୋବର ଡଙ୍ଗା । ଏଥର ସୋଲ ଓ ପ୍ଲାଷ୍ଟିକ୍ ବଦଳରେ ଭାସିବ ହାତ ତିଆରି ଗୋବର ଡଙ୍ଗା । ଗୋବରରୁ ପ୍ରସ୍ତୁତ ଦୀପ ଓ ଡଙ୍ଗା ପରିବେଶକୁ ସ୍ବଚ୍ଛ ରଖିବାରେ ସହାୟକ ହେବ ।ଅନୁଗୁଳ ଜିଲ୍ଲାରେ ଏବେ ମିଳୁଛି ନିଆରା ହାତ ତିଆରି ଗୋବର ଡଙ୍ଗା । ଏ ବର୍ଷ କାର୍ତ୍ତିକ ପୂର୍ଣିମାରେ ସୋଲ ଓ ପ୍ଲାଷ୍ଟିକ୍ ଡଙ୍ଗା ଆଉ ଭାସିବ ନାହିଁ  । ଏଥର ସବୁଠି ଭାସିବ ହାତ ତିଆରି ଗୋବର ଡଙ୍ଗା । କଥା ଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କାରଣ ଲୋକମାନେ କାର୍ତ୍ତିକ ପୂର୍ଣ୍ଣିମାରେ ପ୍ଲାଷ୍ଟିକ୍ ଓ ସୋଲରେ ତିଆରି ଡଙ୍ଗା ପାଣିରେ ଭସାଇଥାନ୍ତି । ଯାହାଦ୍ୱାରା ଜଳ ପ୍ରଦୂଷଣ ହେବା ସହ ପରିବେଶ ପ୍ରଦୂଷିତ ହୋଇଥାଏ । କିନ୍ତୁ ଏଥର ପ୍ରଦୂଷଣକୁ ଆଖି ଆଗରେ ରଖି କାର୍ତ୍ତିକ ପୂର୍ଣ୍ଣମାରେ ଭାସିବ ନିଆରା ଡଙ୍ଗା । ଗୋବରରେ ପ୍ରସ୍ତୁତ ଡଙ୍ଗା ଓ ଦୀପ ପରିବେଶକୁ ସ୍ବଚ୍ଛ ରଖିବ । ଏହି ଗୋବର ଡଙ୍ଗା ଲୋକ ମାନଙ୍କର ମଧ୍ୟ ମନ ଜିଣୁଛି  । କାରଣ ଏହି ଡଙ୍ଗା ଗୋବର ଓ ଗୋମୂତ୍ରରେ ତିଆରି କରାଯାଇଛି । ମୁଖ୍ୟତଃ ଏହି ଡଙ୍ଗା ଭସାଇବା ଦ୍ଵାରା ଜଳ ପ୍ରଦୂଷଣ ହୁଏ ନାହିଁ ଓ ପରିବେଶ ପ୍ରଦୂଷିତ ହୁଏ ନାହିଁ । ତେବେ ଏହି ଡଙ୍ଗା ଲୋକମାନଙ୍କର ମନ ଜିଣିବ ବୋଲି ଉଦ୍ୟୋଗୀ କହିଛନ୍ତି । ଡଙ୍ଗାର ମୂଲ୍ୟ ମଧ୍ୟ ୧୦ ଟଙ୍କା ରହିଛି । ତେବେ ଏହି ଡଙ୍ଗା ଗୁଡିକୁ ଅନୁଗୁଳ ଜିଲ୍ଲାର ଚମ୍ପତିମୁଣ୍ଡା ଠାରେ ଉଦ୍ୟୋଗୀ ରମାଶଙ୍କର ପ୍ରଧାନ ତିଆରି କରୁଛନ୍ତି । ସେ ଏହି କାର୍ତ୍ତିକ ପୂର୍ଣ୍ଣିମାରେ ପ୍ଲାଷ୍ଟିକ ଓ ସୋଲ ଡଙ୍ଗା ନଭସାଇ ଏହି ହାତ ତିଆରି ଗୋବର ଡଙ୍ଗା ଭସାଇବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ତେବେ ତାଙ୍କର ଏହି କାର୍ଯ୍ୟ ବେଶ୍ ପ୍ରଶସଂନୀୟ ।ଶିଳ୍ପ ନଗରୀ ଅନୁଗୋଳରେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି  । ପ୍ରଦୂଷଣ ମୁକ୍ତ ପାଇଁ ଅନୁଗୋଳ ଚମ୍ପତି ମୁଣ୍ଡାର ଉଦ୍ୟୋଗୀ ରମାଶଙ୍କରଙ୍କ ଏଭଳି ପ୍ରୟାସ ସତରେ ପ୍ରଶଂସନୀୟ । ସୋଲ ଡଙ୍ଗା ଦ୍ଵାରା ଜଳ ପ୍ରଦୂଷଣ ହେଉଛି । ତେଣୁ ଜଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଗୋବରରେ ପ୍ରସ୍ତୁତ ଡଙ୍ଗା ଓ ଗୋବରରେ ପ୍ରସ୍ତୁତ ଦୀପ ବେଶ ସହାୟକ ହେବ ବୋଲି ସେ ଭାବିଥିଲେ । ଲୋକଙ୍କର ମଧ୍ୟ ଏଥିପ୍ରତି ବେଶ ଆଗ୍ରହ ରହିଛି । ରମାଶଙ୍କରଙ୍କ ସହ କିଛି ଶ୍ରମିକ ଏଥିରେ ସହଯୋଗ କରିଛନ୍ତି । ଗ୍ରାହକ ମଧ୍ୟ ଏହାକୁ ବେଶ ପସନ୍ଦ କରୁଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *