ଓଡ଼ିଶାର କୋଣ ଅନୁକୋଣକୁ ତିଗିରିଆରୁ ହେଉଛି ମଦ ସପ୍ଲାଇ । ବାଙ୍କୀ ଭିରୁଡ଼ା ଗାଁର ଯେଉଁ ଆଡକୁ ଦେଖିବେ ସେଠି ବେଆଇନ ମଦ ତିଆରି ଚାଲିଛି । ଘର, ବାଡି, ପାଳଗଦା ସବୁଠି ମଦ। ବଡ ବଡ ଡବାରେ ସାଇତା ହୋଇଛି ମଦ। ବିଶେଷ ସୂତ୍ରରୁ ଖବର ପାଇ ଆଠଗଡ଼ ଅବକାରୀ ବିଭାଗ ଏବଂ କଟକ ଅବକାରୀ ବିଭାଗର ମୋବାଇଲ ଟିମ ଚଢାଉ କରି ବହୁ ପରିମାଣର ମଦ ନଷ୍ଟ କରିଛନ୍ତି । ଚଢଉ ସମୟରେ ଏତେ ପରିମାଣର ମଦ ଅବକାରୀ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now