ଦକ୍ଷିଣ ଓଡିଶା ବିକାଶ ପରିଷଦକୁ ଆରମ୍ଭରୁ ବିରୋଧ। ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନକୁ ବିରୋଧ କରିଛନ୍ତି ପୂର୍ବତନ ବିଧାୟକ ଭୁଜବଳ ମାଝୀ । ନବରଙ୍ଗପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ନୂତନ ପରିଷଦ ଗଠନ କରି ବିଜେଡି ରାସ୍ତାରେ ବିଜେପି ଥିବା ଏବଂ ଦଳୀୟ ନେତାଙ୍କୁ ଥଇଥାନ କରିବା ପାଇଁ ଯୋଜନା କରାଯାଉଥିବା ଅଭିଯୋଗ କରିଛନ୍ତି । ଦକ୍ଷିଣ ଓଡିଶା ବିକାଶ ପରିଷଦ ଦ୍ୱାରା ଅଞ୍ଚଳର କୌଣସି ବିକାଶ ହେବ ନାହିଁ ବୋଲି କହିଛନ୍ତି ଭୁଜବଳ। ତାଙ୍କ କହିବା କଥା ଲୋକ ଏଡି ଅନାହାର, ଅପପୁଷ୍ଟି, ଦାଦନ ସମସ୍ୟା ସହ ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରୁଛନ୍ତି । ଯଦି ବାସ୍ତବରେ ସରକାର ଦକ୍ଷିଣ ଓଡ଼ିଶାରେ ଥିବା ଆଦିବାସୀ ବହୁଳ ୯ ଟି ଜିଲ୍ଲାର ବିକାଶ ଚାହୁଁଛନ୍ତି । ତେବେ ସ୍ୱତନ୍ତ୍ର ଆଇନ ଲାଗୁ କରି ସ୍ୱତନ୍ତ୍ର ବଜେଟ ପ୍ରସ୍ତୁତ କରିବା ପାଇଁ ସମ୍ବିଧାନରେ ବ୍ୟବସ୍ଥା ରହିଛି । ତା ଉପରେ ଗୁରୁତ୍ୱ ଦିଅନ୍ତୁ । ରାଜ୍ୟ ଜନସଂଖ୍ୟାର ୨୩ ପ୍ରତିଶତ ଆଦିବାସୀ । ସେ ଅନୁସାରେ ବଜେଟ ରେ ୬୬ ହଜାର କୋଟି ଟଙ୍କା ର ଅର୍ଥ ବ୍ୟୟବରାଦ କରିବା ପାଇଁ କହିଛନ୍ତି । ଏହି ଅନୁଦାନ ଦେଲେ ଅଞ୍ଚଳ ର ସାମଗ୍ରିକ ବିକାଶ ସମ୍ଭବ ହେବ । ଏନେଇ କଂଗ୍ରେସ ସବୁବେଳେ ଦାବି କରି ଆସୁଥିବା ବେଳେ ଆଗାମୀ ଦିନରେ ବିଧାନସଭାରେ ଏକଥା ଦଳ ଉଠାଇବ ବୋଲି କହିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now