ଭାଇ ଭଉଣୀ ପାଇଁ କିଛି ବି କରିପାରେ ।ଆଉ ଭଉଣୀ ଯଦି ବଡ଼ ହୋଇଥାଏ ତେବେ ସେ ମା ର କର୍ତ୍ତବ୍ୟ ତୁଲାଇଥାଏ । ବେରିନାଗସ୍ଥିତ ଏକ ଗାଁରେ ରହୁଥିବା ଶିବାନୀ (୨୨) ସାନ ଭାଇ ଅଭିଷେକ (୨୦) ସହିତ ରହୁଥିଲେ । ଶୁକବ୍ରାର ଦିନ ଅଭିଷେକ କାମରୁ ଜଲଦି ଘରକୁ ଫେରିଥିଲେ । ମୁଣ୍ଡ ବିନ୍ଧା ହେଉଥିବା କଥା ସେ ଭଉଣୀ ଶିବାନୀଙ୍କୁ ଜଣାଇଲେ । ଏହାର କିଛି ସମୟ ପରେ ଘର ପାଖ ରେଳ ଧାରଣା ନିକଟରେ ଅଭିଷେକ ଅଚେତ ଅବସ୍ଥାରେ ପଡ଼ିଥିଲେ । ସ୍ଥାନୀୟ ଲୋକ ଭଉଣୀ ଶିବାନୀଙ୍କୁ ଏହାର ଖବର ଦେବା ପରେ ତୁରନ୍ତ ସେମାନେ ଅଭିଷେକଙ୍କୁ ମେଡିକାଲକୁ ନେଇଯାଇଥିଲେ । ସେଠାରେ ପହଞ୍ଚିବା ପରେ ଡାକ୍ତର ଅଭିଷେକଙ୍କୁ ମୃତ ଘୋଷଣା କରିଥିଲେ । ପରେ ତାଙ୍କର ପୋଷ୍ଟମର୍ଟମ କରାଯାଇ ଶନିବାର ଦିନ ହିଁ ଶିବାନୀଙ୍କୁ ଭାଇର ମୃତଦେହ ହସ୍ତାନ୍ତର କରାଯାଇଥିଲା ।ଭାଇ ମୃତଦେହକୁ ଘରକୁ ନେବା ପାଇଁ ଡାକ୍ତରଖାନାରେ ଥିବା ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହ କଥା ହେଲେ । କିନ୍ତୁ ସେମାନେ ଭଡ଼ା ବାବଦକୁ ୧୦ରୁ ୧୨ ହଜାର ଟଙ୍କା ଦାବି କଲେ । ପାଖରେ ଏତେ ଟଙ୍କା ନ ଥିବା କାରଣରୁ ଶିବାନୀ ତାଙ୍କ ଗାଁର ଜଣେ ଟାକ୍ସି ଡ୍ରାଇଭରକୁ ଡାକି ଗାଡ଼ି ଛାତରେ ଭାଇର ମୃତଦେହକୁ ବାନ୍ଧି ୧୯୫ କିଲୋମିଟର ଦୂର ଘରକୁ ଆଣିଥିଲେ ।ତେବେ ଏହି ଘଟଣା ବିଷୟରେ ଚାରିଆଡ଼େ ପ୍ରଘଟ ହେବା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମାମଲାର ଯାଞ୍ଚ ଆଦେଶ ଦେବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now