ପୁଣି ଓଡ଼ିଶା ଆସିବେ ଶାହ..

ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ। ସମ୍ବଲପୁରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ଶାହା। ଆସନ୍ତା ୨୯ ତାରିଖରେ ଶାହ ଓଡ଼ିଶାରେ ପହଞ୍ଚିବେ। ତେବେ ଦୁଇ ଦିନ ଓଡ଼ିଶାରେ ରହିବାର କାର୍ଯ୍ୟକ୍ରମ ଥିବାରୁ ଦଳୀୟ ସଂଗଠନକୁ ବଳୁଆ କରିବାକୁ ନେତାଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି। ବର୍ଷ ଶେଷରେ ଶାହଙ୍କ ଗସ୍ତକୁ ନେଇ ଅନେକ ଚର୍ଚ୍ଚା ହେଉଛି । ସଂଗଠନ ସହିତ ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ସମ୍ବଲପୁରରେ ଆଲୋଚନା ହୋଇପାରେ । ସେହିଭଳି ଆସନ୍ତା ୨୫ ତାରିଖରେ ବାଜପେୟୀଙ୍କ ଜୟନ୍ତୀକୁ ସୁଶାସନ ଦିବସ ଭାବେ ପାଳିବେ ସରକାର ।

ଆସନ୍ତାବର୍ଷ ତାଙ୍କର ଜନ୍ମ ଶତବାର୍ଷିକୀ ପାଳନ ପାଇଁ ଚଳିତ ବର୍ଷଠାରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ । ଏଥିପାଇଁ ଆସନ୍ତା ୨୫ ତାରିଖରେ ପ୍ରତି ଜିଲ୍ଲାରେ ଏବଂ ରାଜ୍ୟସ୍ତରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଓୟୁଏଟି ସମ୍ମିଳନୀ କକ୍ଷରେ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହେବେ। ମନ୍ତ୍ରୀମାନେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *