ନକଲି ସାର୍ଟିଫିକେଟ୍, ଅସଲି ଚାକିରୀ..

ଢେଙ୍କାନାଳ ଜିଲ୍ଲା ଝୁଲାଖୁଣ୍ଟିଆ ଗାଁରୁ ଆସିଲା ସଙ୍ଗୀନ ଅଭିଯୋଗ। ନକଲି ସାର୍ଟିଫିକେଟରେ ଅସଲି ଚାକିରୀ କରାଯାଇଥିବା ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଗାଁରେ ଥିବା ଅଙ୍ଗନୱାର୍ଡି କେନ୍ଦ୍ରରେ ପାଚିକା ନିଯୁକ୍ତି ପାଇଁ ସେପ୍ଟେମ୍ବର ୬ ତାରିଖ ୨୦୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକୁ ଆଧାର କରି ୪ ଜଣ ଆବେଦନକାରୀ ପାଚିକା ପୋଷ୍ଟ ପାଇଁ ଆବେଦନ କରିଥିଲେ। ମାର୍କ ଆଧାରରେ କଙ୍କଡ଼ାହାଡ଼ ସିଡିପିଓ ମଧୁମିତା ସାହୁ ଆବେଦନକାରୀ ସ୍ଵାଗତିକା ବିଶ୍ୱାଳଙ୍କୁ ସିଲେକ୍ସନ କରି ନିଯୁକ୍ତି ଦେଇଥିଲେ। ତେବେ ସ୍ଵାଗତିକାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ସନ୍ଦେହ ଉପୁଜିବାରୁ ଅନ୍ୟ ଜଣେ ଆବେଦନକାରୀ ଶିବାନୀ ସାହୁ ଯାଞ୍ଚ କରିବାକୁ ନିବେଦନ କରିଥିଲେ। ମାତ୍ର ତାଙ୍କର କୌଣସି ଅଭିଯୋଗ ଫଳପ୍ରଦ ହୋଇନଥିଲା। ଯାହାକୁ ନେଇ ଶିବାନୀଙ୍କ ସମ୍ପର୍କୀୟ ବସନ୍ତ କୁମାର ସାହୁ RTI ରେ ସମ୍ପୂର୍ଣ୍ଣ ତଥ୍ୟ ମାଗିଥିଲେ। ପରେ ସ୍ଵାଗତିକା ଦେଇଥିବା ସାର୍ଟିଫିକେଟ ସମ୍ପୂର୍ଣ୍ଣ ଫର୍ଜୀ ବୋଲି ଜଣାପଡିଥିଲା। ସେ ଦେଇଥିବା ସାର୍ଟିଫିକେଟରେ ଏଡିଟ କରାଯାଇ ତିଆରି କରାଯାଇଛି। ସେ ଯେଉଁ କଲେଜରୁ ଯୁକ୍ତ ଦୁଇ ପାସ କରିଛନ୍ତି ତାହାର କୌଣସି ତଥ୍ୟ ନଥିବା ପାଲଲହଡା ମାଲ୍ୟାଗିରି କଲେଜର ଅଧ୍ୟକ୍ଷ ତଥ୍ୟ ପ୍ରଦାନ କରିଛନ୍ତି। ନକଲି ସାର୍ଟିଫିକେଟ ପ୍ରଦାନ କରୁଥିବା ଦଲାଲ ଏବଂ ତିଆରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ ପଦକ୍ଷେପ ନେବାକୁ ଦାବି କରାଯାଇଛି। ତଦନ୍ତ କରି ଶିଘ୍ର ପଦକ୍ଷେପ ନିଆଯିବ ନକଲି ସାଠିପିକେଟ୍ କେଉଁଠୁ ଆସିଛି ତଦନ୍ତ କରାଯିବ ବୋଲି କହିଛନ୍ତି କାମାକ୍ଷାନଗର ଉପଜିଲ୍ଲାପାଳ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *