ଯୁବକଙ୍କ ମୃତଦେହ ଉଦ୍ଧାର

Spread the love

ଢେଙ୍କାନାଳ: ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଢେଙ୍କାନାଳ ଶ୍ୟାମାଚରଣପୁର ପିଏଚ ସ୍ଥିତ ରେଳ ଧାରଣା ନିକଟର ଘଟଣା। ମୃତକ ଜଣକ ଗଁଦିଆ ଥାନା ଠାକୁରପାଳ ଗାଁର ବୋଲି ଜଣାପଡିଛି। ତେବେ ଗତକାଲି ରାତିରେ ମୃତଦେହଟି ପଡିଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଏନେଇ ରେଳବାଇ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ସବ ଜବତ କରିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଜଣାପଡିଛି।ଏନେଇ ପୋଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *