ପାକିସ୍ତାନର ରୋମାଣ୍ଟିକ ସାଂସଦ। ତାଙ୍କର କହିବାର ଅନ୍ଦାଜ ଯେତିକି ନିଆରା। ଗୃହରେ ତାଙ୍କର ଠାଣି ସେତିକି ଆକର୍ଷଣକାରୀ। ପାକିସ୍ତାନର ମହିଳା ସାଂସଦ ଜରତାଜ୍ ଗୁଲ୍ କିଭଳି ଗୃହ ଭିତରେ ବାଚସ୍ପତିଙ୍କୁ କହିଲା ବେଳେ ନିଆରା ଅପିଲ୍ କରୁଛନ୍ତି, ତାହା ଦେଖିବା ଭଳି। ଯାହାର ଭିଡ଼ିଓ ଜୋରଦାର ଭାଇରାର ହେବାରେ ଲାଗିଛି। ଗୃହରେ ଅଧ୍ୟକ୍ଷତା କରୁଥିବା ବାଚସ୍ପତିଙ୍କୁ ଜରତାଜ୍ କହିଥିଲେ, ସେ ଯେ ପର୍ଯ୍ୟନ୍ତ ତାଙ୍କ ଆଖିରେ ଆଖି ମିଶାଇନାହାନ୍ତି, ସେ କେମିତି କହିବେ। କାରଣ ତାଙ୍କ ନେତା ତାଙ୍କୁ ଶିଖାଇଛନ୍ତି ଆଖିରେ ଆଖି ମିଶାଇ କଥା କହିବାକୁ। ଆଇ କଣ୍ଟାକ୍ଟ ନହେଲେ ଯାହା କହିବା କଥା କହିପାରିବିନି। ବାଚସ୍ପତି ଚଷମା ପିନ୍ଧିଥିବାରୁ ଅସୁବିଧା ହେଉଛି ଆଇ କଣ୍ଟାକ୍ଚରେ। ଚଷମା କାଢ଼ିଦେଲେ ଭଲରେ ଆଖିରେ ଆଖି ମିଶାଇପାରିବେ। ବାଚସ୍ପତି ବି ତାଙ୍କୁ ନିରାଶ କରିନଥିଲେ।
ବାଚସ୍ପତି ସାଦିକ୍ ନି ନିଜର ନିଆରା ଅନ୍ଦାଜରେ ଜବାବ ରଖିଥିଲେ। ସେ ଶୁଣିପାରିବେ। କିନ୍ତୁ କୌଣସି ମହିଳାଙ୍କ ଆଖିରେ ଆଖି ମିଶାଇ ପାରିବେନି ବୋଲି କହିବା ମାତ୍ରେ ଗୃହରେ ହାସ୍ୟରୋଳ ସୃଷ୍ଟି ସହ ତାଳିମାଡ଼ ହୋଇଥିଲା। ଜରତାଜ୍ ଗୁଲ୍ ଇମରାନ ଖାନଙ୍କ ଦଳ ତେହେରିକ୍-ଇ-ଇନସାଫର ସାଂସଦ। ତେବେ ଏହାର ଭିଡ଼ିଓ ଭାଇରାଲ ପରେ ମହିଳା ସାଂସଦଙ୍କ ନିଆରା ଅନ୍ଦାଜ ଦେଖି ୟୁଜର୍ସ ତାଙ୍କୁ ରୋମାଣ୍ଟିକ୍ ସାଂସଦ ଲେଖି ସୋସିଆଲ ମିଡ଼ିଆରେ ଟ୍ରେଣ୍ଡିଂ କରିଥିଲେ। ଏହି ଭିଡ଼ିଓ ପୁରୁଣା। କିନ୍ତୁ ଏହାକୁ ଏବେ ଲୋକ ଅଧିକ ମାତ୍ରାରେ ସେୟାର କରିବାରେ ଲାଗିଛନ୍ତି। ଗଲା ଅକ୍ଟୋବରରେ ଜରତାଜଙ୍କ ଘରେ ପୁଲିସ ରେଡ୍ କରିଥିଲା। ଘରେ ଅସୁସ୍ଥ ଥିବାରୁ ଶୋଇଥିବା ଅବସ୍ଥାରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଏପରିକି ଗିରଫ ବେଳେ ଚାଦର କି ଜୋତା ବି ପିନ୍ଧିବାକୁ ଅନୁମତି ଦେଇନଥିଲା ପୁଲିସ। ୩ ଦିନ ଆଗରୁ ଏଟିସି ୫ଟି ମାମଲାରେ ଜରତାଜଙ୍କୁ ଆଗୁଆ ଜାମିନ୍ ମଞ୍ଜୁରୀ କରିଛି। ଜାନୁଆରୀ ୯ ତାରିଖ ଯାଏ ଜରତାଜଙ୍କ ଗିରଫଦାରି ଉପରେ ଅଙ୍କୁଶ ଲଗାଇଛନ୍ତି ଆତଙ୍କବାଦ ନିରୋଧୀ କୋର୍ଟ। ରାଜଧାନୀରେ ପ୍ରତିବାଦ ଆନ୍ଦୋଳନକୁ ନେଇ ଜରତାଜଙ୍କ ବିରୋଧରେ ମାମଲା ହୋଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now