ଜିଓ ଉପଭୋକ୍ତା କମିବାକୁ ନେଇ ଟେନସନରେ ଅମ୍ବାନୀ । ବ୍ୟବସାୟୀ ତଥା ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଭାରତର ଜଣାଶୁଣା ଟେଲିକମ୍ କମ୍ପାନୀ । ତେବେ କମ୍ପାନୀର ଗ୍ରାହକଙ୍କ ସଂଖ୍ୟା ଲଗାତର କମିବାରେ ଲାଗିଛି। ଟେଲିକମ୍ ରେଗୁଲେଟରୀ ଅଥୋରିଟି ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା କମ୍ପାନୀ ୩୭.୬ ଲକ୍ଷ ମୋବାଇଲ ଗ୍ରାହକ ହରାଇ ଦେଇଛି । କେବଳ ଏତିକି ନୁହେଁ, ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡ୍ ଗତ ୪ ମାସରେ ପ୍ରାୟ ୧.୬୫ କୋଟି ଗ୍ରାହକ ହରାଇଇଛି ।କମ୍ପାନୀ ଗ୍ରାହକ ହରାଇବା ସତ୍ତ୍ବେ ୩୯.୯ ପ୍ରତିଶତ ବଜାର ଭାଗିଦାରୀ ସହ ଏକ ନମ୍ବରରେ ରହିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now