୧୮ ମାସରେ ୧୧ଜଣଙ୍କୁ ହତ୍ୟା । ଧରା ପଡ଼ିଲା ସିରିୟଲ କିଲର୍ । ଲିଫ୍ଟ ଦେଇ ଗାଡ଼ିରେ ନିଏ ପରେ ହତ୍ୟା କରେ । ମୃତଦେହ ସହ ଶାରୀରିକ ସମ୍ପର୍କ ରଖେ । ପରେ ପାଦ ଛୁଇଁ କ୍ଷମା ମାଗେ । ପଞ୍ଜାବ ରୂପନଗର ଜିଲ୍ଲାରୁ ଏଭଳି ଅପରାଧ କରି ଆସୁଥିବା ଏକ ଅଭ୍ୟାସଗତ ହତ୍ୟା ଅଭିଯୁକ୍ତକୁ ଆରେଷ୍ଟ କରିଛି ପୁଲିସ । ଅଭିଯୁକ୍ତ ଜଣକ ହୋସିଆରପୁର ଗଡ଼ଶଙ୍କର ଚୈଡ଼ା ଗାଁର ରାମ ସ୍ୱରୁପ ଓରଫ ସୋଢୀ। ୩୩ ବର୍ଷର ରାମ ଜଣେ ସମଲିଙ୍ଗୀ ଓ ନିଶାସକ୍ତ ବ୍ୟକ୍ତି । କାରଣ ସମସ୍ତ ୧୧ ମୃତକ ପୁରୁଷ ଥିଲେ। ଲିଫ୍ଟ ଦେଇ ଗାଡ଼ିରେ ନେବା ପରେ ସମସ୍ତଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖେ। ବିରୋଧ କଲେ ଝଗଡ଼ା କରେ, ଟଙ୍କା ମାଗେ । ନଦେଲେ ଅଭିଯୁକ୍ତ ପ୍ରଥମେ ସେମାନଙ୍କ ଠାରୁ ଲୁଟ କରେ ଓ ପରେ ହତ୍ୟା କରେ । ପ୍ରାୟ ସମସ୍ତଙ୍କୁ ବେକରେ ଗାମୁଛା ବାନ୍ଧି ନଚେତ ମୁଣ୍ଡକୁ ଇଟା ପଥର ଆଦିରେ ଛେଚି ହତ୍ୟା କରିଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି ।
ଗୋଟିଏ ଅନ୍ୟ ଅପରାଧରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ପଚରା ଉଚରା ବେଳେ ଏହି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଥିଲା । ରୂପନଗରର ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ ଜିଲ୍ଲାରେ ଘଟିଥିବା ଜଘନ୍ୟ ଅପରାଧ ଗୁଡିକର ତଦନ୍ତ ଚାଲିଛି । ହତ୍ୟା ମାମଲାର ଛାନଭିନ ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଛି । ୧୮ ଅଗଷ୍ଟରେ ୩୭ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ହତ୍ୟା ହୋଇଥିଲା । ଯିଏ ଟୋଲ ପ୍ଲାଜା ନିକଟରେ ଚା ପାଣି ଦେବା କାମ କରୁଥିଲେ। ସେହି ହତ୍ୟାର ପଚରା ଉଚରା ବେଳେ ରାମ ସ୍ୱରୁପର ସମ୍ପୃକ୍ତି ସାମ୍ନାକୁ ଆସିଥିଲା । ଏବଂ ପରେ ଅଭିଯୁକ୍ତ ନିଜେ ଅନ୍ୟ ୧୦ଟି ହତ୍ୟାକାଣ୍ଡ ସମ୍ପର୍କରେ କହିଥିଲା । ସେ ମଧ୍ୟରୁ ୫ଟି କେସର ଚିହ୍ନଟ ହୋଇ ସାରିଛି । ବାକି ହତ୍ୟାର ଯାଞ୍ଚ ଚାଲିଛି । ମନିନ୍ଦର ସିଂ ନାମକ ଜଣେ ପୂର୍ବ ସୈନିକ ଯିଏ ପରେ ଗୋଟିଏ କମ୍ପାନୀରେ ଗାର୍ଡ ଭାବେ କାମ କରୁଥିଲେ ତାଙ୍କୁ ମଧ୍ୟ ରାମ ସ୍ୱରୁପ ହତ୍ୟା କରିଥିଲା । ମୃତକଙ୍କ ପିଠିରେ ଧୋକେବାଜ ବୋଲି ଲେଖିଥିଲା । ତେବେ ଗୋଟିଏ କେସରେ ଆରେଷ୍ଟ ହେବା ପରେ ସିରିୟଲ କିଲିଂ ସମ୍ପର୍କରେ ଜାଣିବାକୁ ପାଇଥିଲା ପୋଲିସ ।
ଅଭିଯୁକ୍ତ ରୂପନଗର, ହୋସିଆରପୁର ଓ ଫତେଗଡ଼ ଜିଲ୍ଲାବାସୀଙ୍କୁ ହତ୍ୟା କରିଛି । ନିଶାସକ୍ତ ଅବସ୍ଥାରେ ସେ ଅପରାଧ କରେ ତେଣୁ ମାରି ସାରିବା ପରେ ପଶ୍ଚାତାପ କରି ମୃତକଙ୍କ ଗୋଡ଼ ଚୁଇଁ କ୍ଷମା ମାଗେ । ସୂଚନା ଅନୁସାରେ ସେ ସ୍ଥାନୀୟ ଅଞ୍ଚଳରେ ସେକ୍ସ ୱାର୍କର ହିସାବରେ କାମ କରେ । ପଇସା ଠିକ ସେ ନ ଛିଡ଼ିଲେ ହିଂସ୍ର ହୋଇଯାଏ । ଏବଂ ଅପରାଧ କରି ବସେ । ନିଶାରେ ଅପରାଧ କରୁଥିବାରୁ ଅନେକ ଘଟଣା ତାର ମନେ ରହୁନଥିବା ସେ ସ୍ୱୀକାର କରିଛି ।
ପୋଲିସ ଅଧିକାରୀଙ୍କ କହିବା କଥା, ମେଡିକାଲ ଯାଞ୍ଚ ପରେ ସେ ଏଚଆଇଭି ସଂକ୍ରମିତ କି ନୁହେଁ ତାହା ଜଣା ପଡ଼ିବ । ତେବେ ଅଭିଯୁକ୍ତ ବିବାହିତ ଓ ୩ଟି ସନ୍ତାନର ବାପା । କିନ୍ତୁ ସମଲିଙ୍ଗୀ ହୋଇଥିବା ଜାଣିଲା ପରେ ପରିବାର ଲୋକେ ତାକୁ ଘରୁ ଅଲଗା କରି ଦେଇଥିଲେ । ଯାହା ରାମ ସ୍ୱରୁପର ଜୀବନ ବଦଳାଇ ଦେଇଥିଲା ବୋଲି ତଦନ୍ତ କରୁଥିବା ଅଧିକାରୀ କହିଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now