କ୍ରାଉଡ୍‌ଫଣ୍ଡିଂ କ୍ୟାମ୍ପେନ- ତେଜିଲା ପଲିଟିକ୍ସ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀଙ୍କ କ୍ରାଉଡ୍ ଫଣ୍ଡିଂକୁ ନେଇ ତେଜିଲା ରାଜନୀତି। ନିର୍ବାଚନ ଲଢ଼ିବାକୁ ଲୋକଙ୍କଠୁ ଅତିଶୀ ମାଗିଥିଲେ ୪୦ଲକ୍ଷ। ମାଗିବାର ମାତ୍ର ୬ ଘଣ୍ଟା ଭିତରେ ୧୫ଲକ୍ଷ ଟଙ୍କା ଯୋଗାଡ଼ ହୋଇଗଲା। ସ୍ୱଛ ରାଜନୀତି ଲାଗି ଏଭଳି ଅଭିଯାନ ଆରମ୍ଭ କରିଥିଲେ ଅତିଶୀ। କାଲକାଜି ସିଟରୁ ଏଥର ନିର୍ବାଚନ ଲଢ଼ୁଛନ୍ତି ଅତିଶୀ। ନିର୍ବାଚନ ଲଢ଼ିବାକୁ ୪୦ଲକ୍ଷ ଟଙ୍କା ଆବଶ୍ୟକ କହି ରବିବାର ଲୋକଙ୍କଠୁ ଆର୍ଥିକ ସହଯୋଗ ଲୋଡ଼ିଥିଲେ ଅତିଶୀ। ଛୋଟ ଛୋଟ ଚାନ୍ଦାରେ ଜନତାଙ୍କ ସହଯୋଗରେ ଆମ୍ ଆଦମୀ ଦଳ ଗଢ଼ିଉଠିଥିଲା। ଆମ୍ ଆଦମୀ ଦଳ ୨୦୧୩ରେ ପ୍ରଥମ ଥର ନିର୍ବାଚନୀ ମୈଦାନରେ ଓହ୍ଲାଇଥିଲା ବେଳେ ୧୦ ଟଙ୍କାରୁ ଶହେ ଟଙ୍କା ଯାଏ ଚାନ୍ଦା ମାଗିଥିଲା। ବଡ଼ ବେପାରୀ କି କର୍ପୋରେଟ୍ସଙ୍କଠୁ ପାଣ୍ଠି ନେବା ବଦଳରେ ଜନତାଙ୍କ ଛୋଟ ଯୋଗଦାନ ତାଙ୍କ ଲାଗି ବଡ଼ ବୋଲି କହିଛନ୍ତି ଅତିଶୀ। ଏଥିଲାଗି ଅନଲାଇନ ଲିଂକ୍ ରିଲିଜ୍ କରିଥିଲେ ଅତିଶୀ।

୪ଶହରୁ ଉର୍ଦ୍ଧ୍ୱ ଦାତାଙ୍କଠୁ ସୋମବାର ସୁଦ୍ଧା ୧୮ଲକ୍ଷରୁ ବେଶୀ ଟଙ୍କା ଏହି କ୍ୟାମ୍ପେନ ବଳରେ ଯୋଗାଡ଼ କରିପାରିଥିଲେ ଅତିଶୀ। ଟାର୍ଗେଟ ରହିଛି ୪୦ଲକ୍ଷ। ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଅତିଶୀ। କାଲକାଜି ମନ୍ଦିରରେ ପୂଜାର୍ଚ୍ଚନା ପରେ ଗିରିନଗର ଗୁରୁଦ୍ୱାରରେ ପ୍ରଣାମ ପରେ ରାଲିରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଅତିଶୀ। ୨୦୨୦ରେ ଅତିଶୀ କାଲକାଜି ଆସନରୁ ବିଜେପିର ଧରବୀର ସିଂଙ୍କୁ ହରାଇଥିଲେ। ଅତିଶୀଙ୍କ ଏଭଳି କ୍ରାଉଡ୍ ଫଣ୍ଡିଂକୁ ନେଇ ଆପତ୍ତି ଉଠାଇ ନିର୍ବାଚନ କମିଶନଙ୍କୁ ଫେରାଦ୍ ହେବାକୁ ଯୋଜନା କରିଛି ବିଜେପି। କ୍ରାଉଡ୍ ଫଣ୍ଡିଂର ଉତ୍ସକୁ ଠାବ ସହ ନିର୍ବାଚନ ପୂର୍ବରୁ ଦାତାଙ୍କ ନାଁ ସାର୍ବଜନୀନ କରନ୍ତୁ ଅତିଶୀ।  ନିର୍ବାଚନ କମିଶନଙ୍କ ଆଗରେ ଏଭଳି ଦାବି ରଖିବ ବିଜେପି।  କାରଣ ଜନତା ଜାଣିବା ଦରକାର, ଏଭଳି କ୍ରାଉଡ ଫଣ୍ଡିଂ ଦିଲ୍ଲୀ ମଦ ଦୁର୍ନୀତି ଆଇଡିଆରୁ ଆସିନି ତ। ଏହି ଟଙ୍କାକୁ ନେଇ ଗୋଆ ଓ ପଞ୍ଜାବରେ ଖର୍ଚ୍ଚ କରିବାକୁ ଯୋଜନା ନାହିଁ ତ। କଂଗ୍ରେସ ବି କ୍ରାଉଡଫଣ୍ଡିଂକୁ ନେଇ କଡ଼ା ସମାଲୋଚନା କରିଛି। ସାଂସଦ କିରଣ କୁମାର କହିଛନ୍ତି, ଆପ୍ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀଙ୍କ ଲାଗି ଶତପ୍ରତିଶତ କ୍ରାଉଡଫଣ୍ଡିଂ ଜରୁରୀ। ବିଆରଏସ ଜରିଆରେ ମଦ ଦୁର୍ନୀତିରେ ସାଉଥ ଗ୍ରୁପ୍ ସହ ବିଗ୍ ଡିଲ୍ ପରେ ଏହା ନିଶ୍ଚିତ ଜରୁରୀ ବୋଲି ସମାଲୋଚନା କରିଛି କଂଗ୍ରେସ।  ଫେବୃଆରୀ ୫ରେ ଭୋଟ୍। ୮ରେ ରେଜଲ୍ଟ। ୨୦୧୫ ଓ ୨୦୨୦ରେ କଂଗ୍ରେସ ଖାତା ଖୋଲିପାରିନଥିଲା ବିଧାନସଭା ନିର୍ବାଚନରେ। ଏଥର ମୁକାବିଲା ତ୍ରିକୋଣୀୟ ହେବ ବୋଲି ଆଶା କରାଯାଉଛି। ଅତିଶୀଙ୍କ ବିରୁଦ୍ଧରେ ବିଜେପିର ରମେଶ ବିଧୁରୀ ଓ କଂଗ୍ରେସର ଅଳକା ଲାମ୍ୱା ଲଢୁଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *