ବନାଗ୍ନିରେ ଛାରଖାର ଆମେରିକା। ଗତ ଜାନୁଆରୀ ୭ ତାରିଖରେ କାଲିଫର୍ଣ୍ଣିଆ ଜଙ୍ଗଲରେ ଲାଗିଥିବା ନିଆଁ ଥମିବାର ନାଁ ନେଉନି। ଗଲା ସପ୍ତାହେ ଧରି ଜଳୁଛି ଆମେରିକାର ସବୁଠୁ ମହଙ୍ଗା ତଥା ବ୍ୟସ୍ତବହୁଳ ପର୍ଯ୍ୟଟନ ସିଟି ଲସ୍ ଏଞ୍ଜେଲସ। ହଲିଉଡ ସେଲିବ୍ରିଟି ଓ ରାଜନେତାଙ୍କ ବିଳାସପୂର୍ଣ୍ଣ ଘର ମଧ୍ୟ ଜଳି ପୋଡି ଛାରଖାର ହୋଇଗଲାଣି। ବ୍ରେଟନଉଡ୍ ଅଞ୍ଚଳରେ ଥିବା ଉପରାଷ୍ଟ୍ରପତି କମଳା ହାରିସଙ୍କ ଘର ଖାଲି କରିବା ପାଇଁ ନିର୍ଦ୍ଦେଶ କରାଯାଇଛି। କେବଳ ହଲିଉଡରେ ନଷ୍ଟ ହୋଇଯାଇଛି ୫୦୦ ଶହ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି। ମୋଟ ୧୦ ହଜାର କୋଠା ନଷ୍ଟ ହୋଇଥିବା ବେଳେ ୧୩ ଲକ୍ଷ ଲୋକ ଘର ଛାଡ଼ି ଅନ୍ୟତ୍ର ଚାଲିଗଲେଣି। ୩ କିଲୋମିଟର ଯାଏଁ ବ୍ୟାପିଛି ଏହି ପ୍ରଳୟଙ୍କାରୀ ନିଆଁ। ଆଉ ଏବେ ଯାଏଁ ୨୪ ଜଣଙ୍କ ଜୀବନ ନେଇଛି ।
ସବୁଠୁ ଅଧିକ ଚିନ୍ତା ବଢ଼ାଇଛି ସମୁଦ୍ରକୂଳରୁ ବହୁଥିବା ପ୍ରାୟ ୧୦୦ କିଲୋମିଟର ବେଗରେ ପବନ। ଫଳରେ ନିଆଁ ଥମିବା ପରିବର୍ତ୍ତେ ଅଧିକ ବଢ଼ିବାରେ ଲାଗିଛି। ପରିସ୍ଥତତିକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଅଗ୍ନିଶମ ବାହିନୀ ଟିମ୍ ନିୟୋଜିତ ଅଛନ୍ତି। ଆକାଶମାର୍ଗରୁ ବିମାନ ଓ ହେଲିକପ୍ଟର ଯୋଗେ ପାଣି ମଧ୍ୟ ପକାଯାଉଛି। ହେଲେ ନିଆଁକୁ ନିୟନ୍ତ୍ରଣ କରାଯାଇ ପାରିନି। ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now