ସରକାରଙ୍କୁ ଘାରିଛି ମେଟା ଟେନସନ

 ଅଡ଼ୁଆରେ ମେଟା। ଆମେରିକୀୟ ସୋସିଆଲ ମିଡ଼ିଆ ଜାଏଣ୍ଟ ମେଟା ସିଇଓ ମାର୍କ ଜୁକରବର୍ଗ ଜାନୁଆରୀ ୧୦ରେ ଦେଇଥିବା ପୋଡ଼କାଷ୍ଟରେ ସାକ୍ଷାତକାର ଭାରତ ବିରୋଧୀ ଥିଲା। ସେଥିଲାଗି ଏଭଳି ତୃଟି ଓ ଅପପ୍ରଚାର ଲାଗି ମେଟାକୁ ସମନ କରିବ ସଂସଦୀୟ କମିଟି।  ସୂଚନା ପ୍ରଯୁକ୍ତି ସଂକ୍ରାନ୍ତ ସଂସଦୀୟ କମିଟି ମୁଖ୍ୟ ନିଶିକାନ୍ତ ଦୁବେ ମେଟାରୁ କ୍ଷମାପ୍ରାର୍ଥନା ଦାବି କରିଛନ୍ତି।୨୦୨୪ ଲୋକସଭା ନିର୍ବାଚନ ସଂକ୍ରାନ୍ତରେ ବିବାଦୀୟ ବୟାନ ଦେଇଥିଲେ ଜୁକରବର୍ଗ। ଶାସନ କ୍ଷମତାରେ ଥିବା ଦଳଗୁଡ଼ିକ ନିର୍ବାଚନରେ ହାରିଯାଇଥିଲେ। ଉଚ୍ଚ ମୁଦ୍ରାସ୍ଫୀତି ଅବା କୋଭିଡ୍ ମହାମାରୀର ମୁକାବିଲା ଲାଗି ନିଆଯାଇଥିବା ଅର୍ଥନୈତିକ ନୀତି ପାଇଁ ପ୍ରଭାବ ପଡ଼ିଲା। ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଆସ୍ଥା ହ୍ରାସ ପାଇବାରୁ ଏମିତି ହୋଇଛି ବୋଲି କହିଥିଲେ ଜୁକରବର୍ଗ।

 ଜୁକରବର୍ଗଙ୍କ ଏଭଳି ଟିପ୍ପଣୀକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁଲ୍ ବୋଲି କହିଛନ୍ତି। ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ୨୪ ନିର୍ବାଚନରେ ୬୪କୋଟିରୁ ଅଧିକ ଭୋଟର ସାମିଲ୍ ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଉପରେ ପୁନର୍ବାର ଆସ୍ଥା ସ୍ଥାପନ କରିଛନ୍ତି। ମେଟା ସିଇଓଙ୍କ ଦ୍ୱାରା ଏଭଳି ଭୁଲ୍ ସୂଚନା ନିରାଶ କରିଛି।

୨୦୨୪ ନିର୍ବାଚନରେ ଆମେରିକା, ବ୍ରାଜିଲ୍, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା, ବ୍ରିଟେନ, ମେକ୍ସିକୋ, ଇଣ୍ଡୋନେସିଆ ଓ ପାକିସ୍ତାନରେ କ୍ଷମତାସୀନ ଦଳ ହାରିଯାଇଥିଲା। ଭାରତରେ ବି ବିଜେପିର ଆସନ ପୂର୍ବାପେକ୍ଷା ଯଥେଷ୍ଟ ହ୍ରାସ ପାଇଥିଲା।ଯାହା ଲାଗି ଜେଡିୟୁ ଓ ଟିଡିପିର ସହଯୋଗରେ ମେଣ୍ଟ କରି ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ ମୋଦି।ମେଟା ଅଧୀନ ଫେସବୁକରେ ବିଶ୍ୱର ସର୍ବାଧିକ ୩୭୮.୦୩ ନିୟୁତ ୟୁଜର୍ସ ଭାରତରେ ଅଛନ୍ତି। ଏହା ପଛକୁ ୧୯୩.୮ ନିୟୁତ ୟୁଜର୍ସ ଆମେରିକାରେ ଥିଲା ବେଳେ ତୃତୀୟରେ ଇଣ୍ଡୋନେସିଆ, ଚତୁର୍ଥରେ ବ୍ରାଜିଲ ଓ ପଞ୍ଚମରେ ମେକ୍ସିକୋ ଅଛି।ସଂସଦୀୟ କମିଟିର କ୍ଷମା ଦାବି ପରେ ଫେସବୁକ୍ ସମେତ ଇନଷ୍ଟାଗ୍ରାମ, ହ୍ୱାଟ୍ସଅପ ଓ ଥ୍ରେଡ୍ ୟୁଜର୍ସଙ୍କ ଭିତରେ ପ୍ରଶ୍ନ ଉଠିଛି।କଥା ଉଠୁଛି, ଜୁକରବର୍ଗ କ୍ଷମା ନ ମାଗିଲେ ଭାରତ ସରକାର ମେଟା ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ନେବେ। ଯଦି ଫେସବୁକ୍ ବ୍ଲକ୍ କରିଦିଆଯାଏ। ଚୀନ ଭଳି ଭାରତର ନିଜସ୍ୱ ସୋସିଆଲ ମିଡିଆ ସାଇଟ୍ ନଥିବାରୁ ୟୁଜର୍ସଙ୍କ ଲାଗି ବାଧା ଉପୁଜିବ। ସେପଟେ ମେଟାର ୩୬ଶହ ଲୋକଙ୍କ ଚାକିରୀ ବିପଦରେ ପଡ଼ିଛି। ୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ ଲାଗି ଚିନ୍ତା କରିଛି ମେଟା।ଖରାପ ପ୍ରଦର୍ଶନ କରିଥିବା କର୍ମଚାରୀଙ୍କୁ ବାହାର କରି ସେମାନଙ୍କ ଜାଗାରେ ନୂଆ କର୍ମଚାରୀଙ୍କୁ ରଖିବାକୁ ଯୋଜନା ହୋଇଛି। ସେପ୍ଟେମ୍ୱର ଯାଏ ମେଟାରେ ୭୨ହଜାର ଲୋକ କାମ କରୁଥିଲେ। ୫ ପ୍ରତିଶତ ଲୋକଙ୍କ ଚାକିରୀ ଯିବ। ସିଇଓ ଜୁକରବର୍ଗ ଇଣ୍ଟରନାଲ ମେସେଜରେ ସ୍ପଷ୍ଟ କରିଛନ୍ତି, ପରଫରମାନ୍ସ ଭିତ୍ତିରେ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି। ଏମିତିରେ ଯାହାର ପ୍ରଦର୍ଶନ ବର୍ଷକ ଭିତରେ ଭଲ ରୁହେନା, କମ୍ପାନୀ ସେମାନଙ୍କୁ ବାହାର କରିଥାଏ। କିନ୍ତୁ ଏଥର ପରଫରମାନ୍ସ ଭିତ୍ତିରେ ଛଟେଇ ବ୍ୟାପକ ରୂପରେ ହେବ। ୨୦୨୩ରେ ଇଅର ଅଫ ଏଫିସିଏନ୍ସି ବା ଦକ୍ଷତାର ବର୍ଷ ଘୋଷଣା କରି ମେଟା ସେତେବେଳେ ୧୦ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଥିଲା। ୨୦୨୨ରେ ପ୍ରାୟ ୨୧ହଜାର କର୍ମଚାରୀଙ୍କ ଚାକିରୀ ନେଇଯାଇଥିଲା କମ୍ପାନୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *