ମାଓବାଦୀଙ୍କୁ ଲାଗିଲା ବଡ଼ ଝଟକା। କୁମ୍ବିଙ୍ଗ ଅପରେସନ ସମୟରେ ଜଙ୍ଗଲ ଭିତରେ ଯବାନ ଠାବ କଲେ ମାଓବାଦୀଙ୍କ ବିଶାଳ ସୁଡଙ୍ଗ । ସୁଡଙ୍ଗ ଭିତରେ ମାଓବାଦୀ ମାନେ ବନ୍ଧୁକ ତିଆରି କରୁଥିଲେ। ଏହି ସୁଡଙ୍ଗ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକୁମା ଓ ବିଜାପୁର ସୀମାରେ ରହିଛି। ଡିଆରଜି ର ଯବାନ ମାନେ କୁମ୍ବିଙ୍ଗ ଅପରେସନ କରୁଥିବା ସମୟରେ ଏହି ସୁଡଙ୍ଗକୁ ଠାବ କରିଥିଲେ। ପରେ ସେଇ ସୁଡଙ୍ଗ ଭିତରକୁ ପଶିଲା ପରେ ବନ୍ଧୁକ ତିଆରି ହେଉଥିବାର ସମସ୍ତ ମେସିନାରୀକୁ ଦେଖିଥିଲେ। ସେହି ଅଞ୍ଚଳକୁ କରେଡ଼ନ କରି ସମସ୍ତ ସାମଗ୍ରୀକୁ ଜବତ କରିଥିବା ସୁକୁମା ଏସପି କିରଣ ଚୌହାନ ସୂଚନା ଦେଇଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now