ବିଦ୍ୟାଳୟ ଶ୍ରେଣୀ ଗୃହ ଭାଙ୍ଗିଲେ ହାତୀପଲ

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଥମୁନି ହାତୀ ଉପଦ୍ରବ। ଶନିବାର ବିଳମ୍ବିତ ରାତିରେ ୭ ରୁ ଉର୍ଦ୍ଧ ଘର ଭାଙ୍ଗିବା ସହ ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପାଚେରୀ ଓ ଶ୍ରେଣୀ ଗୃହ ଭାଙ୍ଗି ଦେଇଛନ୍ତି ହାତୀପଲ। ଖିରେଇଟାଙ୍ଗିରୀ ସେକ୍ସନ ଅଞ୍ଚଳ ର ପୁରନ୍ଦରପୁର, ତେନ୍ତୁଳିଖୁଣ୍ଟି ଗ୍ରାମରେ ୫ ରୁ ଉର୍ଦ୍ଧ ଘର ଭାଙ୍ଗି ଦେଇଛନ୍ତି ହାତୀ। ଧାନ ଚାଉଳ ଖାଇବା ସହ ତେନ୍ତୁଳି ଖୁଣ୍ଟି ସରକାରୀ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହ ମଧ୍ୟ ଭାଙ୍ଗିଲେ ୧୬ ଟିକିଆ ହାତୀପଲ । ବିଦ୍ୟାଳୟର ଅଲମାରୀ, ବେଞ୍ଚ ଓ ଡେ଼କ୍ସ ଭାଙ୍ଗି ନଷ୍ଟ କରି ଦେଇଛନ୍ତି। ଏବେ ପୁଟୁଗାଁ ମଠ ନିକଟରେ ଡେରା ପକାଇଥିବା ବେଳେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସେହିପରି ସାହାରପଡା ସେକ୍ସନ ରେ ଏକ ଗୋଠଛଡ଼ା ଦନ୍ତା କୁଦାବେଡା, ଗ୍ରାମ ଓ ଖଡ଼ିବେଡା ଗ୍ରାମରେ ୨ ଘର ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି। ହାତୀପଲଙ୍କ ଭୟରେ ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ ହାତୀଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡ଼ାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *