ହାତୀ ଆକ୍ରମଣ ରେ ୱାର୍ଡ ମେମ୍ବର ମୃତ, ଆମ୍ବ ଗୋଟେଇବା ହେଲା କାଳ

Spread the love

କେନ୍ଦୁଝର : ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନ ବନବିହାରିପୁର ନୂଆଗାଁ ରେ ହାତୀ ଆକ୍ରମଣ ରେ ଜଣେ ମହିଳା ଙ୍କ ମୃତୁ ହୋଇଛି, ମୃତ ମହିଳା ଜଣକ ଏହି ଗାଁ ର ଦୁତୀୟା ନାୟକ ଙ୍କ ସ୍ତ୍ରୀ ଦ୍ରୋପଦୀ ନାୟକ, ସେ ଆକୁଳ ପଞ୍ଚାୟତ 10 ନଂ ୱାର୍ଡ ର ୱାର୍ଡ ମେମ୍ବର ମଧ୍ୟ ରହିଥିବା ଜଣାପଡିଛି ।

ଘଟଣା ଆନୁଯାଇ ଗତକାଲି ରାତିରେ ଝଡ଼ ତୋଫାନ ହୋଇଥିଲା ତେଣୁ ବଡି ଭୋର ରୁ ମୃତ ଦ୍ରୋପଦୀ ଘର ପାଖରେ ଥିବା ଆମ୍ବ ଗଛ କୁ ଆମ୍ବ ଗୋଟେଇବାକୁ ଗଲାବେଳକୁ ସେଠି ହାତୀ ହାବୁଡ଼ରେ ପଡିଯାଇଥିଲେ, ହାତୀ ଟି ଦ୍ରୋପଦୀ ଙ୍କୁ ଆକ୍ରମଣ କରି ଫୋପାଡ଼ି ଦେଇ ପଳାଇଥିଲା, କିଛି ସମୟ ପରେ ଘରଲୋକେ ତାଙ୍କୁ ଉଦ୍ଧାର କରି ତେଲକୋଇ ମେଡିକାଲ କୁ ଆଣିଥିଲେ ସେଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏ ଘଟଣା ପରେ ବନଭିଭାଗ ପକ୍ଷରୁ ମୃତ ଙ୍କ ପରିବାର କୁ ପ୍ରଥମ ପର୍ଯ୍ୟାୟ ରେ 60 ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି । ବନବିହାରୀପୁର ଅଞ୍ଚଳରେ ବର୍ତ୍ତମାନ ଏକ 15 ଟି ହାତୀ ରହିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *