ଶପଥ ଆଗରୁ ପଣ କଲେ ଟ୍ରମ୍ପ..

ଆଜି ଡୋନାଲ୍ଡ ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବେ। ଭାରତୀୟ ସମୟ ରାତି ସାଢେ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବ। ସପରିବାର ଟ୍ରମ୍ପ ଏୟାରଫୋର୍ସ ଏୟାର ବିମାନର ଆସି ଓ୍ୱାଂସିଟନରେ ପହଞ୍ଚିସାରିଛନ୍ତି। ଶପଥ ନେବା ପରେ କ୍ୟାପିଟାଲ ଓ୍ୱାନ୍ ଏରିନାରେ ସମର୍ଥକଙ୍କୁ ଭେଟି ବିଜୟଉତ୍ସବ ପାଳିବେ ଟ୍ରମ୍ପ। ତେବେ ଶପଥ ନେବା ଆଗରୁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସନ୍ଦର୍ଭରେ ଟ୍ରମ୍ପ ଗୁରୁତ୍ୱାରୋପ କରିଥିଲେ। ସୁପ୍ରିମକୋର୍ଟରୁ ନିରାଶ ହୋଇ ଆମେରିକାରେ ନିଜ ସେବାକୁ ବନ୍ଦ କରିଥିବା ଚୀନର ଆପ୍ ଟିକଟକକୁ ୯୦ ଦିନର ମହଲତ ଦେବେ ଟ୍ରମ୍ପ। କହିବାକୁ ଗଲେ ଟିକ୍‌ଟକକୁ ବଡ଼ ଆଶ୍ୱସ୍ତି ମିଳିଛି। ସୋମବାର ଏ ନେଇ ଏକଜିକ୍ୟୁଟିଭ ଅର୍ଡର ବାହାରିବ। ଟିକଟକକୁ ନିଷିଦ୍ଧ ଲାଗି ବାଇଡେନ୍ ସରକାର ନିଷ୍ପତ୍ତି ନେଇଥିଲେ। ଆଉ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିବା ଟିକଟକ୍ ନିରାଶ ହୋଇଥିଲା। ଆଉ ଟିକଟକ୍ ସମସ୍ୟାର ସମାଧାନ ଲାଗି ଟ୍ରମ୍ପ ସଙ୍କେତ ଦେବାରୁ ଟିକଟକ ସିଇଓ ସୋ ଜି ଚିଉ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟ୍ରମ୍ପଙ୍କ ଶପଥ ସମାରୋହରେ ଯୋଗ ଦେବେ ସୋ ଜି।

ସେପଟେ ୟୁକ୍ରେନ-ଋଷ ଯୁଦ୍ଧ ବନ୍ଦ ଉପରେ ଟ୍ରମ୍ପ ଫୋକସ କରିଛନ୍ତି। ତୃତୀୟ ବିଶ୍ୱଯୁଦ୍ଧ ହେବାକୁ ଦେବିନି ବୋଲି କହିଛନ୍ତି ଟ୍ରମ୍ପ। ଋଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବାକୁ ପଣ କରିଛନ୍ତି ଟ୍ରମ୍ପ। ଶପଥ ନେବା ପରେ ଏ ନେଇ ବଡ଼ ପଦକ୍ଷେପ ନେଇପାରନ୍ତି ଟ୍ରମ୍ପ। ଶପଥ ନେବା ଦିନକ ଆଗରୁ ଓ୍ୱାଶିଂଟନ ଡିସିରେ ହୋଇଥିବା କ୍ୟାପିଟାଲ ଓ୍ୱାନ ଏରେନାରେ ବିଜୟରାଲିକୁ ସମ୍ୱୋଧିତ ବେଳେ ଏହା ଉପରେ ଗୁରୁତ୍ୱାରୋପ କରିଛନ୍ତି। କେବଳ ଏତିକି ନୁହେଁ। ଗାଜାରେ ହୋଇଥିବା ଯୁଦ୍ଧ ବନ୍ଦ ଲାଗି କ୍ରେଡିଟ୍ ବି ନିଜକୁ ଦେଇଛନ୍ତି ଟ୍ରମ୍ପ୍। ମଧ୍ୟ ପୂର୍ବରେ ଅରାଜକତା ବନ୍ଦ କରିଦେବି।

ପଳାୟନପନ୍ଥୀ ପ୍ରସଙ୍ଗରେ ଟ୍ରମ୍ପ କହିଛନ୍ତି, ସମସ୍ତ ଅବୈଧ ଶରଣାର୍ଥୀ ତଥା ଅନୁପ୍ରବେଶକାରୀଙ୍କୁ ଯେମିତି ହେଲେ ନିଜ ଘରକୁ ପଠାଇ ଦିଆଯିବ। ଆମେରିକା ମାଟିରେ ସକ୍ରିୟ ଅବୈଧ ଅନୁପ୍ରବେଶ ଓ ପ୍ରବାସୀ ଅପରାଧୀଙ୍କୁ ବାହାର କରାଯିବ। ସୀମାକୁ ସିଲ୍ କରିବାକୁ ଅନେକ ପଦକ୍ଷେପ ନେବେ ଟ୍ରମ୍ପ୍। ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତିକୁ ନେଇ ପୋପ୍ ଫ୍ରାନ୍ସିସ୍ ବର୍ଷିଛନ୍ତି। ନିର୍ବାସନ ରଣନୀତିକୁ ନେଇ ପୋପ୍ କହିଛନ୍ତି ଯେ, ଏଭଳି ନିଷ୍ପତ୍ତି ଅପମାନଜନକ। ଯେଉଁ ପ୍ରବାସୀଙ୍କ ପାଖରେ କିଛି ନାହିଁ, ସେମାନେ କୁଆଡ଼େ ଯିବେ ବୋଲି ପଚାରିଛନ୍ତି ପୋପ୍ ଫ୍ରାନ୍ସିସ୍। ଟ୍ରମ୍ପ ସମସ୍ୟାର ସମାଧାନ କରୁନାହାନ୍ତି। ଆଜିଠୁ ଆମେରିକାରେ ଟ୍ରମ୍ପ୍ ଶାସନ। ଦ୍ୱିତୀୟ ବାର ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଟ୍ରମ୍ପ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *