ଚିନ୍ତାରେ ଚାଷୀ 

ଚିନ୍ତାରେ ଚାଷୀ । କଟକ ଜିଲ୍ଲା ବାଙ୍କୀ ଅଂଚଳରେ ମଣ୍ଡି ଆରମ୍ଭ ଦିନ ଚାଷୀ ବେଶ ଖୁସି ରହିଥିଲେ। ମଣ୍ଡି ମାଧ୍ୟମରେ ଧାନ ବିକ୍ରି କରି ଦୁଇ ପଇସା ଆଣିଲେ ସାହୁ ମହାଜନ କରଜ ଶୁଝିବା ସାଙ୍ଗକୁ ପରିବାର ଭରଣ ପୋଷଣର ଆଶା। ଏବେ ଆଶା ମୌଳିବାକୁ ବସିଲାଣି। ଏଠି ଚାଷୀ ମଣ୍ଡିରେ ଖରା କାକରରୋ ଖୋଲା ଆକାଶ ତଳେ  ଖଳାରେ ଧାନ ବସ୍ତା ସବୁ ଗଦା କରି ରଖିଛି। କିନ୍ତୁ ଆସୁନି ମିଲରର ଗାଡି। ଯେଉଁଥିପାଇଁ ଚାଷୀଙ୍କୁ ସରକାର ଦେଇଥିବା ଟୋକନ ଏବେ ଲାପ୍ସ ହେବାକୁ ବସିଲାଣି। ଯଦି ମିଲର ଗାଡି ମଣ୍ଡି ଗୁଡିକୁ ନ ଯୋଗାଇବେ  ଏହାର ସିଧାସଳଖ ପ୍ରଭାବ ପଡିବ ଚାଷୀଙ୍କ ଉପରେ ବୋଲି ଅଭିଯୋଗ ଆଣିଛନ୍ତି ଖୋଦ ବ୍ରହ୍ମପୁରା ସେବା ସମବାୟ ସମିତି ସମ୍ପାଦକ। ଅନ୍ୟପଟେ ଖୋଲା ଆକାଶ ତଳେ ଧାନ ଗଦା ହୋଇ ରହିଛି। ଏବେ ବୁଲା ଗୋରୁଗାଈଙ୍କ ଭୟରେ ଚାଷୀ। ରାତି ତମାମ ଅନିଦ୍ରା ହୋଇ ଏବେ ନିଜ ଧାନକୁ ଶୀତ କାକରରେ ଜଗି ରହିଛନ୍ତି। ଅପେକ୍ଷା ମିଲର କେତେବେଳେ ଗାଡି ଆସିବ ଆଉ ନିଜ ଧାନକୁ ବିକ୍ରି କରିବେ ଚାଷୀ।

ସେପଟେ ଅନେକ ଚାଷୀଙ୍କ ଅଭିଯୋଗ ରହିଛି ଧାନ ବିକ୍ରି କରିବା ପାଇଁ ଟୋକନ ମିଳିଛି।  କିନ୍ତୁ କେତେ ଧାନ ମଣ୍ଡିରେ ବିକ୍ରି କରିବା ପାଇଁ ମଞ୍ଜୁରୀ ମିଳିଛି ତାହା ଅଦ୍ୟାବଧି ସରକାର ସ୍ପଷ୍ଟ କରୁନାହାନ୍ତି। ଯେଉଁଥିପାଇଁ ବାରମ୍ବାର ସେବା ସମବାୟ ସମିତିକୁ ଆସି ଫେରିବାକୁ ପଡୁଛି। ଯଦି ଏହିଭଳି ସମସ୍ୟା ଲାଗି ରୁହେ ତେବେ ଧାନ ଆଉ ମଣ୍ଡିରେ ବିକ୍ରି କରିପାରିବ ନାହିଁ ଚାଷୀ ବୋଲି ଅଭିଯୋଗ ଆଣିଥିବା ବେଳେ ବାଧ୍ୟ ହେବ ଅସାଧୁ ବ୍ୟବସାୟୀଙ୍କୁ ନିଜର ଧାନକୁ ଶାଗ ମାଛ ଦରରେ ବିକ୍ରି କରିବା ପାଇଁ। ଏବେ ଚାଷୀ କଣ କରିବ ସେ ଚିନ୍ତାରେ। ଏଭଳି ସମସ୍ୟା କେବଳ ଗୋଟିଏ ସେବା ସମିତି ର ନୁହେଁ ଏ ସମସ୍ୟା ଦେଖିବାକୁ ମିଳିଛି ଗୋପବନ୍ଧୁ..କଢ଼ାମଲ ପୂର୍ବଗାଡ଼ିଆ. ବ୍ରହ୍ମପୁରା. ନୂଆଗାଁ .ସୁବର୍ଣ୍ଣପୁର ଭଳି ଅନେକ ସେବା ସମବାୟ ସମିତି ଗୁଡିକରେ। ଅନ୍ୟପଟେ ସେବା ସମିତି ପୁଇଁଚିଆରେ ମଣ୍ଡି ଫିଟିଛି, କିନ୍ତୁ ଏଠି ରହିଥିବା ସେବା ସମବାୟ ସମିତିରେ ପଡିରହିଛି ତାଲା। ଏଠାକୁ ସମୟ ରେ ଆସୁନାହାନ୍ତି କର୍ମଚାରୀ ଓ ସେବା ସମିତି ର ସମ୍ପାଦକ। ଏବେ ଦେଖିବାକୁ ବାକି ରହିଲା ଚାଷୀଙ୍କ ସ୍ୱାର୍ଥକୁ ନେଇ ରାଜ୍ୟ ସରକାର ଓ ଯୋଗାଣ ବିଭାଗ ମିଲର ମନମାନୀ ବିରୋଧରେ  କି ଠୋସ ପଦକ୍ଷେପ ନେଉଛନ୍ତି.ସେପଟେ ମିଲର ମନମାନୀ ଯୋଗୁ କ୍ଷୋଭ ପ୍ରକାଶ କରିଛନ୍ତି ଖୋଦ ଉପସହକାରୀ ନିବନ୍ଧକ ସରୋଜ କୁମାର ଜେନା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *