ଦୁଇ ଭାଇଙ୍କୁ ୟୁଟ୍ୟୁବ ଦେଲା ରୋଜଗାରର ନୂଆ ପନ୍ଥା। ଥାଇଲାଣ୍ଡ କୋଳି ଚାଷ କରି ସଫଳ ହୋଇଛନ୍ତି ଦୁଇ ଶିକ୍ଷିତ ଯୁବକ। କଟକ ଜିଲ୍ଲା ବାଙ୍କୀ ବ୍ଲକ କରଡ଼ାପଲ୍ଲୀ ଗ୍ରାମର ପ୍ରଭଞ୍ଜନ ବେହେରା ଏବଂ ଚିତ୍ତରଞ୍ଜନ ବେହେରା। ବିଏ ଓ ବିକମ ପଡି ଏବେ ଚାକିରୀ କରିବା ପରିବର୍ତ୍ତେ ଏକ ମଟର ୱାଇଣ୍ଡିଙ୍ଗ ଦୋକାନରୁ କର୍ମମୟ ଜୀବନ ଆରମ୍ଭ କରିଥିଲେ। ଦୋକାନରେ କାମ କରିବା ସହିତ ଫ୍ରି ସମୟରେ ୟୁଟୁବରୁ ଥାଇଲାଣ୍ଡ କୋଳି ଚାଷ କରିବା ପାଇଁ ପ୍ରେରଣା ପାଇଥିଲେ। ଦୁଇ ବର୍ଷ ତଳୁ ନିଜର ଦେଢ଼ ଏକର ଜମି ରେ ଆରମ୍ଭ କରିଥିଲେ ଥାଇଲାଣ୍ଡ କୋଳି ଚାଷ। ପ୍ରଥମେ ଅଳ୍ପ କିଛି ଗଛ ଲଗାଇଥିଲେ। ଯେଉଁ ଫଳ ବାହାରିଥିଲା ସେ ଅତି ସ୍ୱାଦିଷ୍ଟ ଓ ମିଠା ଥିଲା। ଭଲ ଅମଳ ବାହାରିବାରୁ ପରବର୍ତୀ ସମୟରେ ୫ ଶହ ଗଛ ଲଗାଇଛନ୍ତି ଏହି ଦୁଇ ଭାଇ। ସେଥିରେ ଦୁଇ ପ୍ରକାରର ରହିଛି କୋଳି। ଯାହାର ନାମ ଆପଲ ବେରି ଓ ବଲ ସୁନ୍ଦରୀ। ପ୍ରଥମ ବର୍ଷ ୫୦ କୁଇଣ୍ଟାଲ ବରକୋଳି ଅମଳ ବାହାରି ଥିବା ବେଳେ ସମସ୍ତ ଖର୍ଚ୍ଚ ଯାଇ ୨ ଲକ୍ଷରୁ ଅଢେଇ ଲକ୍ଷ ଟଙ୍କା ଲାଭ ପାଇଥିବା କହିଛନ୍ତି ପ୍ରଭଞ୍ଜନ.
ବର କୋଳି ଚାଷ କରି କେବଳ ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି ତା ନୁହେଁ, ବରଂ କିଛି ଗରିବ ପରିବାରଙ୍କୁ ମଧ୍ୟ ନିଯୁକ୍ତିର ସୁଯୋଗ ଦେଇଛନ୍ତି। ଏହି ଦୁଇ ଭାଇ ସେମାନଙ୍କ ପେଟକୁ ଦାନା ଯୋଗାଡ଼ରେ ସହାୟକ ହୋଇଛନ୍ତି ବୋଲି କାର୍ଯ୍ୟରତ ଶ୍ରମିକ କହିଛନ୍ତି। ତେବେ ସ୍ଥାନୀୟ ଅଂଚଳ ରେ ଥାଇଲାଣ୍ଡ କୋଳିର ଚାହିଦା ବେଶ ରହିଛି। ଅମଳ ବାହାରୁ ବାହାରୁ ଲୋକେ ଆସି ଜାଗା ମୁଣ୍ଡ ରୁ କିଣି ନେଉଛନ୍ତି। କିଲୋ ପିଛା କୋଳି ରେଟ ୭୦ରୁ ୮୦ ଟଙ୍କା ରହିଥିବା ବେଳେ ପ୍ରତିଦିନ ୨ ରୁ ୩ କୁଇଣ୍ଟାଲ କୋଳି ଅମଳ ହେଉଛି। ଅନ୍ୟପଟେ ସରକାରୀ ସହାୟତା କହିଲେ ସେଭଳି କିଛି ମିଳିନାହିଁ ବୋଲି କହିଚନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now