ସ୍କୁଲ ଫି ପାଇଁ ନିର୍ଯ୍ୟାତନାରୁ ଜୀବନ ହାରିଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ। ଗୁଜରାଟର ସୁରାଟରେ ଜଣେ ସ୍କୁଲ ଛାତ୍ରୀ ଫି ଦେଇନଥିବାରୁ କ୍ଲାସରୁ ବାହାରେ ଛିଡ଼ା କରିଦେଇଥିଲେ ସ୍କୁଲ କର୍ତ୍ତୃପକ୍ଷ। ଏଥିରେ ଅପମାନିତ ହୋଇ ଛାତ୍ରୀ ଜଣକ ଆତ୍ମହତ୍ୟା କରିଦେଇଥିବା ଅଭିଯୋଗ ହୋଇଛି। ସୁରାଟର ଗୋଡ଼ାଦରାରେ ସୋମବାର ଅପରାହ୍ନରେ ଛାତ୍ରୀ ଜଣକ ଘରେ ଆତ୍ମହତ୍ୟା କରିଛି। ଝିଅର ବାପାଙ୍କ ଅଭିଯୋଗ ଅନୁସାରେ ଫି ଦେଇନଥିବାରୁ ସ୍କୁଲରେ ଘଣ୍ଟାଏ ଧରି ଶ୍ରେଣୀ ବାହାରେ ବସାଇ ଦଣ୍ଡିତ କରାଯାଇଥିଲା। ଏଥିରେ ମର୍ମାହତ ଝିଅ ଆତ୍ମହତ୍ୟା କରିଦେଲା। ସ୍କୁଲ କର୍ତ୍ତୃପକ୍ଷ ଏଭଳି ଆରୋପକୁ ଖଣ୍ଡନ କରିଛନ୍ତି। ଫି ପାଇଁ କୌଣସି ପିଲାଙ୍କ ଉପରେ ଚାପ ପକାଯାଏନା। ବରଂ ଅଭିଭାବକଙ୍କୁ ଡାକି ଆଲୋଚନା କରୁ। ପୁଲିସ ଏହାର ତଦନ୍ତ କରୁଛି। ଦୁଇ ଝିଅର ସ୍କୁଲ ଫି ଫେବୃଆରୀ ୧୫ ସୁଦ୍ଧା ଦାଖଲ କରିବାକୁ ସମୟ ମାଗିଥିଲେ। ସ୍କୁଲ ମ୍ୟାନେଜମେଣ୍ଟ ବି ଏଥିରେ ସହମତି ଦେଇଥିଲେ। କିନ୍ତୁ ଦୁଇ ଦିନ ଯାଏ ଝିଅକୁ ଶ୍ରେଣୀ ଗୃହ ବାହାରେ ଛିଡ଼ା କରିଦିଆଗଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now