କେନ୍ଦ୍ର ଉପରେ ବର୍ଷିଲେ ବିରୋଧୀ ଦଳ ଉପନେତା

ବଜେଟରେ ଓଡିଶାକୁ ଅବହେଳା ନେଇ କେନ୍ଦ୍ର ଉପରେ ବର୍ଷିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ମୋଦୀ କହିଲେ ପୂର୍ବୋଦ୍ୟୟର ପ୍ରତୀକ ହେବ ଓଡିଶା। କିନ୍ତୁ ପ୍ରକୃତରେ ଓଡିଶାକୁ ଉଦୟ କରୁଛନ୍ତି ନା ଅସ୍ତ କରୁଛନ୍ତି। ସବୁଠାରୁ ଏହି ବଜେଟରେ ଓଡିଶା ଅବହେଳିତ ହୋଇଛି। ରାଜନୈତିକ ସ୍ୱାର୍ଥକୁ ଆଖି ଆଗରେ ରଖି ବଜେଟରେ ବ୍ୟବସ୍ଥା କରାଯଇଛି। ଆମେ ଅନ୍ୟ ରାଜ୍ୟକୁ ଅଧିକ ଟଙ୍କା ଦେଲେ ବିରୋଧୀ ନୁହଁ। କିନ୍ତୁ ଓଡିଶା ପ୍ରତି ଏ ବୈମାତୃକ ମନୋଭାବ କାହିଁକି। ଓଡିଶା ପ୍ରତି ଘୋର ଅନ୍ୟାୟ ହୋଇଛି। ଆମେ ସେଥିପାଇଁ ସ୍ୱାଗତ କରିପାରୁ ନାହୁଁ। ଓଡ଼ିଶାରେ ଖାଲି ବଡ ବଡ଼ କନକ୍ଳେଭ କରିକି କୋଟି କୋଟି ଖର୍ଚ୍ଚ ହେଉଛି।  କିନ୍ତୁ ଓଡିଶାକୁ ମିଳିଲା କଣ ଏହି ବଜେଟରେ। ପୁଣି କହୁଛନ୍ତି 12 ଲକ୍ଷ ଯାଏଁ ଟାକ୍ସ ଛାଡ଼ କଲେ କିଛି ମଧ୍ୟମ ବର୍ଗ ଉପକୃତ ହେବେ କିନ୍ତୁ ଯେଉଁମାନେ ସରକାରୀ ଚାକିରୀ କରୁଛନ୍ତି ମାସିକ ଲକ୍ଷେ ପାଇଲେ ବି ଦେବେ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *