ରୋଜଗାର କରି ବାପା ମା’ଙ୍କ ମୁହଁରେ ହସ ଫୁଟାଇବା ସମୟରେ ବିଛଣାରେ ସ୍ଥାଣୁ ପରି ପଡି ରହିଛନ୍ତି କେନ୍ଦ୍ରାପଡା ଡେରାବିଶ ବ୍ଲକ୍ ପଲେଇ ପଂଚାୟତ ଅନ୍ତର୍ଗତ କନ୍ଦରପୁର ଗାଁର ଯୁବକ ଦୀପକ ପ୍ରସାଦ ପାଇଁ । ୨୦୧୯ରେ ଡିପ୍ଲୋମ ଶେଷ କରିବା ପରେ ଏକ କମ୍ପାନୀରେ ଚାକିରି କରିଥିଲେ ଦୀପକ । କିନ୍ତୁ ଗୋଟିଏ ଦୁର୍ଘଟଣା ବଦଳାଇ ଦେଲା ତାଙ୍କ ଜୀବନର ଗତିପଥ । ୪ ବର୍ଷ ହେଲାଣି ବିଛଣାରେ ପଡି ରହିଛନ୍ତି ସେ । ଏକମାତ୍ର ପୁଅର ବ୍ୟୟବହୁଳ ଚିକିତ୍ସା କରି ସର୍ବଯାନ୍ତ ହୋଇ ପଡ଼ିଲେଣି ପରିବାର ।
ରୋଗଶଯ୍ୟାରେ ପଡି ରହିଥିବା ଏହି ଯୁବକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ପଲେଇ ପଂଚାୟତ କନ୍ଦରପୁର ଗାଁର ଦୀପକ ପ୍ରସାଦ ସ୍ୱାଇଁ. ବୟସ ମାତ୍ର 25 ବର୍ଷ.ଏହି ବୟସରେ ସେ ବାପା ମା ଙ୍କ ପାଇଁ ସାହାରା ପାଲଟିବା କଥା କିନ୍ତୁ ଏବେ ବାପା ମାଙ୍କ ଉପରେ ବୋଝ ପାଲଟି ଯାଇଛନ୍ତି. ଗୋଟିଏ ଦୁର୍ଘଟଣା ବଦଳାଇ ଦେଇଛି ଦୀପକଙ୍କ ଜୀବନର ଗତିପଥ. ତା ସହିତ ହଜିଯାଇଛି ସାରା ପରିବାର ଖୁସି. ଦୀପକ ଜଣେ ମାଧବୀ ଛାତ୍ର.୨୦୧୯ ମସିହରେ ଡିପ୍ଲୋମା ଶେଷ କରିବା ପରେ ପ୍ରଥମେ ଗୋଆ ଓ ପରେ ଭୁବନେଶ୍ୱରେ ଏକ କମ୍ପାନୀରେ ନିଯୁକ୍ତି ପାଇଥିଲେ । ଦିପକଙ୍କ ସଫଳତାରେ ବାପା ମା ଦେଖି ଖୁସି ହୋଇ ଯାଇଥିଲେ । ୨୦୧୧ ମସିହା ସେପ୍ଟେମ୍ବର 27 ତାରିଖରେ ଘଟିଲା ଏକ ଅଘଟଣ । ଅଫିସରୁ ବାହାରି ସେ ହୋଟେଲକୁ ଖାଇବା ପାଇଁ ଯାଉଥିବା ସମୟରେ ପଛରୁ ଏକ ଗାଡି ଧକ୍କା ଦେଇଥିଲା । ତୁରନ୍ତ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ହେଲେ ସତ କିନ୍ତୁ ମାସ କେଇଟା ପରେ ଦେଖାଦେଲା ସ୍ନାୟବିକ ସମସ୍ୟା । ସେବେଠାରୁ ଦୀପକ ହେଲେ ସତ କିନ୍ତୁ ମାସ କେଇଟା ପରେ ଦେଖାଦେଲା ସ୍ନାୟବିକ ସମସ୍ୟା । ସେବେଠାରୁ ଦୀପକ ବିଛଣାରେ ଏମିତି ପଡି ରହିଛନ୍ତି । ବ୍ୟୟବହୁଳ ଚିକିତ୍ସା କରି ସର୍ବସ୍ଵ ହରାଇ ସାରିଲେଣି ପରିବାର । କିନ୍ତୁ ଫଳ ଶୂନ ।
ପ୍ରତିଦିନ ଫିଜିଓ ଥେରାପି କରିବାକୁ ପଡ଼ୁଛି । ପୁଣି ପ୍ରତି ମାସରେ ଔଷଧ ଏବଂ ଅନ୍ୟ ମେଡିକାଲ ଉପକରଣ ବାବଦକୁ ଖର୍ଚ ହେଉଛି ପ୍ରାୟ 20 ହଜାର ଟଙ୍କା । ଦୀପକଙ୍କ ବାପା ଜଣେ LIC ଏଜେଣ୍ଟ । ଜୀବନର ସଂଚିତ ସମସ୍ତ ସମ୍ବଳ ପୁଅ ପିଛା ଖର୍ଚ କରି ସାରିଲେଣି । ପୁଅର ଯତ୍ନ ନେବା ପାଇଁ ନିଜ କାମ ମଧ୍ୟ ଛାଡି ସାରିଲେଣି ସେ । ସାହି ପଡିଶା, ସମ୍ପର୍କୀୟଙ୍କ ସହାୟତାରେ ବେଶ କିଛି ଦିନ ଚିକିତ୍ସା ଖର୍ଚ ତୁଲେଇ ପାରିଲେ। କିନ୍ତୁ ଏବେ ପାଖରେ କାଣି କଉଡିଟିଏ ବି ନାହିଁ । ଏମିତିରେ କୌଣସି ସହୃଦୟ ବ୍ୟକ୍ତି ଅଥବା ସେଛାସେବୀ ଅନୁଷ୍ଠାନ ପୁଅର ଚିକିତ୍ସା ପାଇଁ ସହାୟତା କରିବାକୁ ନିବେଦନ କରିଛନ୍ତି ଦୀପକଙ୍କ ପିତା ମାତା ।
ରୋଗଶଯ୍ୟାରେ ପଡ଼ିଥିବା ଦାପକଙ୍କ ଚିକିତ୍ସା ପାଇଁ ଯଦି ଆପଣ ସହାୟତା କରିବା ପାଇଁ ଚାହୁଁଛନ୍ତି ତେବେ ଏଥିରେ ସହାୟତା କରିପାରିବେ ।
PRABEER KUMAR SWAIN
BANK: SBI CHANDOL BRANCH
A/C No -11327297670
IFSC SBIN 0002038
Phonepe -9437103657
![](https://naxatranews.com/wp-content/uploads/2024/08/Whatsapp-Logo.png)
Naxatra News is now on Whatsapp
Join and get latest news update delivered to you via whatsapp
Join Now